STORYMIRROR

Paramita Mishra

Others

4  

Paramita Mishra

Others

ଭିଡ ମୁଁ

ଭିଡ ମୁଁ

1 min
24.1K

ଭିଡ ମୁଁ...

ତୁମ ଅଗୋଚରରେ ମୁଁ ମିଟାଇପାରେ ତୁମ ଅସ୍ତିତ୍ୱ କୁ

ବିଶ୍ୱାସ କର ତୁମରି ଆଖି ତଳେ ରହି

ହଁ ଡର ମତେ,

ମୋ ସବୁ ପାପପୁଣ୍ୟ ର ସାକ୍ଷୀ କେବଳ ମୁଁ ଆଉ ମୁଁ ।

ନା କେହି ଚିହ୍ନିଛି ମତେ 

ନା ମତେ କେହି ଦେଖିଛି

ମୋ ପାଇଁ ଛୋଟ ତୁମ କାନୁନର ହାତ,

ମୋ ପାଇଁ ଆଇନ ବି ତୁଛ୍ଛ,

କେବେ କାହା ସ୍ବାର୍ଥ ତ କେବେ କାହା ଅହଂକାର ,

ତୁମ ଅନ୍ତରର ମୄତ ବିଶ୍ୱାସ ହିଁ ମୁଁ।

ପଙ୍ଗୁ ବିବେକ ଓ ଲାଚାର ମାନବିକତା,

ମିଥ୍ୟା ମୋର ପରିଚୟ ,ଗୁଜବର ଅମ୍ଳଜାନ

ନା ଶକ୍ତି ମୋର ସ୍ବରୁପ, ନା ମୁଁ ସତ୍ୟ

ମୁଁ ନୁହେଁ ଦାନବ,ନା ମୁଁ ଦୈତ୍ୟ

ତତ୍କାଳୀନ ସ୍ବତନ୍ତ୍ରତାର ଦୁର୍ଭାଗ୍ୟ ଦ୍ରୁମଟିଏ ମୁଁ।

ଇତିହାସରେ ପରାଧୀନ ତୄଣଟିଏ ଥିଲି।

ଗଣ ଧର୍ଷଣର ବିରୋଧରେ ବି ଥିଲି ମୁଁ।

ପୁଣି ନିଷ୍ପାପ ସାଧୁର ହତ୍ଯା ରେ ହେଉ

ଦ୍ରୌପଦୀ ର କୌର ସଭା ତଳେ

ହଁ ସେଦିନ କ୍ରୁଶବିଦ୍ଧ ରେ ମୁଁ ଥିଲି

ଭୁଲିଯାଇଛ କି ଜାଲିୱନାବାଗ,

ମୁ ହିଁ ତୁମ ମନ ଆଉ ମସ୍ତିଷ୍କ।

ଗୋଟେ ନୁହେଁ ମୋ ଚେହେରା ଅନେକ

ଭାସିଯାଏ କେତେ ଚୁନାଚୁନା ସ୍ବପ୍ନ।

ଅମାନିଆ, ଚଗଲା ମନ ଦାନବର ଲହଡିରେ

ଜନ ସମୁଦ୍ର,ମୋ ଭିତରେ ବହେ ଏକ ସମୁଦ୍ର

କିନ୍ତୁ ବାଣିରେ କେବଳ କଙ୍କର,କାତି,କୁରାଢୀ।

ବାଣ ଠାରୁ କ୍ଷୀପ୍ର ଆହୁରି।

ହଁ ଶ୍ବର ମୋର ଦ୍ରୁତ ଭାରି,

ଡର ମତେ,

ନା ମୁଁ ବାହକ ,ନା ମାଧ୍ୟମ

ସହସ୍ର କର୍ଣ୍ଣ ରେ ବି ବଧିର ସାଜେ

ଲକ୍ଷେ ନୟନ ରେ ଥାଇ ଅନ୍ଧ ମୁଁ,

ଭିଡ ମୁଁ ,......


#ଓଲଟକବିତା #ଓଡିଆକବିତା

   


Rate this content
Log in