STORYMIRROR

Paramita Mishra

Romance

3  

Paramita Mishra

Romance

ସଖା

ସଖା

1 min
11.7K

ଜାଗା ଟିକେ ଲୋଡା କେବଳ 

ତୁମ ପାଦ ତଳେ ସଖା

କଥାଦେଲି କେବେ ଲାଂଘିବିନି

ତୁମ ସମ୍ମାନର ଲକ୍ଷ୍ଣଣ ରେଖା

ମୁଁ ତ ବନ୍ୟା ପରର ପ୍ଳାବିତ ଭୁମିପରି

ଚିର ଉର୍ବରା ତୁମ ପ୍ରିତିପଦ୍ମା

ମୋ ପ୍ରାରବ୍ଧରେ ଯଦି ନାହିଁ ଇନ୍ଦ୍ରଧନୁ ରଂଗ

ମୁଁ ଅହ୍ଯ ଡେଙ୍ଗୁରାରେ ବି ଗୋଲାପି ସଂନ୍ଧ୍ଯା।


ମୁଁ ତୁମ ହାତଲେଖା ଚିଠି ଟିଏ ସଖା

କିନ୍ତୁ ବିନା ଠିକଣା ରେ ବନ୍ଦ ଲଫାପା

ଲକ୍ଷ୍ୟସ୍ଥଳ ତୁମ ସାନ୍ନିଧ୍ୟ ହୋଇ ବି

ନା ମୁଁ ତୁମ ସ୍ନିଗ୍ଧା ହେବି ନା ମୁଁ ପରିତ୍ୟକ୍ତା।


ନିତି ପିନ୍ଧେ ସୁହାଗର ତୁମ ସନ୍ତକ

ପୁଣି ଉତାରେ ବି ସ୍ବଇଛାରେ

ନିଶିଥ ସୂର୍ଯ୍ୟ ଦେଶରେ ଘର କରି

କେତେ ଧୄଷ୍ଟତା ଦେଖ ମୋର

ଯେ ସ୍ବପ୍ନ ଦେଖୁଛି ଆଲୋକରେ l


ରଙ୍ଗହୀନ,କାୟାହୀନ ମୋର ଅସ୍ତିତ୍ଵ

ପ୍ରଭାତ ଠିକ୍ ପୂର୍ବର କ୍ଷୀଣ ଅନ୍ଧକାର ଟେ ମୁଁ

ଯେ ସ୍ବପ୍ନ ଦେଖିନିଏ କିଛି କ୍ଷଣ ପାଇଁ ହେଉପଛେ

ମିଳନ ହୋଇଯିବ ସୂର୍ଯ୍ୟ ସହ କାଳେ

ଆଉ ଠିକ ତାପରେ

ଚତୁର୍ଦିଗ ସୂର୍ଯ୍ୟାଲୋକର ଔଜଲ୍ଯ ରେ

ମୋର ଅସ୍ତିତ୍ବ ଅନ୍ତର୍ଦ୍ଧାନ ହେଲା ପରେ ବି

ମୁଁ ପ୍ରାପ୍ତ ହୁଏ ନିର୍ବାଣକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance