STORYMIRROR

Paramita Mishra

Abstract Thriller

3  

Paramita Mishra

Abstract Thriller

କାହିଁକି ଲେଖେ ମୁଁ

କାହିଁକି ଲେଖେ ମୁଁ

1 min
243

କାଗଜ ଆଉ କଲମର ମିଳନରେ ଜଳିଉଠେ କେତେ କ'ଣ

ଦ୍ବନ୍ଦ ଉଠେ, ପ୍ରଶ୍ନ କରେ ବିବେକ ଆଉ ମନ

କ'ଣ ଲେଖୁଛୁ,

କାହିଁକି ଲେଖୁଛୁ, 

କିଏ ତାକୁ ପଢିବ, 

କେବେ ତାକୁ ମିଳିବ ସମ୍ମାନ ! 

କେତେ ଶାଣିତ, 

କେତେ ସଜ୍ଜିତ, 

କେତେ ପରିପକ୍ବ ତୋ କଲମ? 

କେତେ ଚିହ୍ନିଛୁ ଭାଷା ଓ ସାହିତ୍ୟ

କୋଉ ନାମୀ ଚେହେରାର ତୁ ବଂଶଜ, 

କ୍ଷଣିକ ଆବୋସରେ ପ୍ରୀତିର ପ୍ରତୀକ

ଆଶାକରୁ ପୁଣି ପ୍ରେରଣା, ମାର୍ଜନ ପାଠକ

ନିଜ ଗ୍ଲାନିର ବୋଝକୁ ସ୍ୟାହି ନାମ ଦେଇ 

ନିଜକୁ ବୋଲାଉ ଲେଖକ 

ଲେଖନୀ ତା ପୀରତିରେ ସେମିତି ନିମଗ୍ନ 

ଚୁମ୍ବନରେ ଭରି ଚାଲିଛି ସବୁ ପନ୍ନ

ମିଳନ ସନ୍ତକ ତାର ଆଙ୍କି କାଗଜରେ

କହେ, 

ବାହାଃବାହିରେ ମୋର ଭୋକ ନାହିଁ 

ନା ଅଛି କିଛି ପାଇବାର ମୋହ

ହୃଦୟର ଶବ୍ଦ ସହ ବିବେକର ଅନ୍ତର ଧ୍ବନି 

ଏକାକାର କରି 

ନିଜକୁ କରିବାକୁ ଚାହେଁ ସମର୍ପଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract