STORYMIRROR

Paramita Mishra

Others

4  

Paramita Mishra

Others

କଇଁର ଅଭିମାନ

କଇଁର ଅଭିମାନ

1 min
397

ଆଜି କଇଁ ମନ ମାରି ବସିଛି

ଆଶାର ଦୀପଟେ ଜାଳି ଥିଲା ସେ

କାଳେ ମଳୟର ବେଗ ବଢିଛି।

କେତେ ଆଶା ଥିଲା 

ଏତେ ଦିନରେ ଏକ ରାସ୍ତା ଦିଶିଲା 

ଜହ୍ନକୁ ଯିବା ପାଇଁ। 

ପ୍ରିୟତମ ଘର ଯାଏଁ। 

ଚନ୍ଦ୍ରରେ ବି ଅଛି ପାଣି 

କେତେ ସ୍ବପ୍ନ ବୁଣି ଥିଲା ରାତି ରାତି। 

ଦିନେ ଫୁଟିବି ଚନ୍ଦ୍ରରେ ଯାଇ। 

ପୃଥିବୀରେ ଯେବେ ପୁନେଇ ହେବ

ଚନ୍ଦ୍ର ହୃଦୟେ ଦିଶିବ କଇଁ।। 

ଅଭିମାନରେ କାନ୍ଦୁଛି ଫୁଲ 

ଜହ୍ନ କାଳେ ବଡ ଦଗାବାଜିଟାଏ

ଜମା ପାଉନି କଇଁକୁ ଭଲ। 

ବିକ୍ରମ ଭାଇ ଚନ୍ଦ୍ରଯାନ ନେଇ

ଯାଇଥିଲେ ଚନ୍ଦ୍ର ପୁର

ଚନ୍ଦ୍ର ରାଇଜରେ ହଜିଗଲା 

ଆଉ ମିଳୁନି ତାର ଖବର। 

ତେଣୁ କଇଁ ମନମାରି ବସିଛି

ପୁନେଇ ଆସୁଛି

ତଥାପି ଫୁଟିବନି ବୋଲି

ଶପଥ କରି କହୁଛି

ଧୋବ ଫରଫର ଦେହର ରଙ୍ଗକୁ

ଲାଲ ଟହଟହ ଆଖି

ଟେରେଇ ଜହ୍ନକୁ ଚାହିଁ କହେ ଆଜି

ଭାଇ ନ ମିଳିଲେ

ସେ ପ୍ରେମଫ୍ରେମ ସବୁ ଇତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍