STORYMIRROR

Chittaranjan Nanda

Romance

4  

Chittaranjan Nanda

Romance

ଜଳୁଛି ମୋର ଛାତିଟି

ଜଳୁଛି ମୋର ଛାତିଟି

1 min
292


ହୃଦୟର ସ୍ମୃତି,

ଅନେକ ଅନୁଭୂତି,

ସ୍ୱପ୍ନ ବିଭୋରର ମତି,

ତବ ସାଥେ ମିଶିବାକୁ ନିତି,

ସେହି ସମୟର ସ୍ଥିତି,

ଧସେଇ ପଶି ଆସୁଛି,

କିଆଁ ଭାଂଗି ଯାଇଛି,

ଦୃଶ୍ୟ ସବୁ ନାଚେ ମନ ଦର୍ପଣରେ,

ଲାଗୁଛି କିଛି ନାହିଁ ଯେପରି ଜୀବନରେ।


ମନେ ପଡେ ମୋର,

ନଥିଲା ଲୋଡ଼ା ଧନ ସମ୍ପତ୍ତିର,

ଲୋଡ଼ା ଥିଲା ମତେ,

ଦେଖୁଥାନ୍ତି ତୋତେ,

ଲୋଡ଼ା ଥିଲା ମଧୁର ମିଳନର,

ରାଧା ପରି ପ୍ରୀତିର ହୃଦୟ ତୋର,

ତୋର ସେହି ମିଠା ପ୍ରତ୍ୟୁତ୍ତର,

ଖୋଜୁ ଅଛି ସେ ମହମହ ବାସ,

ଚନ୍ଦ୍ରମାଙ୍କୁ ଦେଖି ଖିଲିଖିଲି ହସ ।

 

ସମୟ ବଦଳି ଯାଇଛି, 

ସମ୍ପର୍କରେ ହୋଇଥିଲେ ବନ୍ଧା, 

ପ୍ରେମରେ ଦୁହେଁ ହୋଇଥିଲେ ଛନ୍ଦା,

ଛନ୍ଦି ହୋଇଗଲ ସନ୍ଦେହ ଘେରରେ,

ଉଠେଇଲ ପ୍ରଶ୍ନବାଚୀ ଆମରି ପ୍ରେମରେ,

ଗୋଡ ଦେଲ ତୁମେ ଦୁଇଟି ନାବରେ,

କଳଙ୍କ ବୋଳିଲ ଆମ ଶାଶ୍ୱତ ପ୍ରେମରେ,

ଅନେକ ବାହାନା କରି ଦୂରେଇ ଗଲ,

ମୋ ସବୁ ପ୍ରଶ୍ନର ପ୍ରତ୍ୟୁତ୍ତର ନଦେଲ ।


ତଥାପି ମନରେ ତୁମକୁ ଅପେକ୍ଷା କରିଛି,

କେବେ କେବେ ପହଂଚିବାର ସପନ ଦେଖିଛି,

ଜାଣି ପାରୁନି ଏହା ସତେକି ମାନସିକ ତ୍ରୁଟି,

ଏହାର ପ୍ରଭାବରେ ଜଳୁଛି ମୋର ଛାତିଟି, 

ତୁମର ଏବେ ଦେଖି ନଦେଖିବାର ବ୍ୟବହାର, 

ଦଳିଚକଟି ହୋଇ ଯନ୍ତ୍ରଣା ହୁଏ ହୃଦୟ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance