STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ଜୀଵନ ଦର୍ଶନ

ଜୀଵନ ଦର୍ଶନ

1 min
347


         ,,,,,,,,,,,,,,,,,,,,,,,,,,,

 

ବର୍ଷରେ ଛଅଟି ଋତୁ ଆସେ ଯାଏ

ସୁଖକୁ ଦୁଃଖକୁ ନେଇ

ଋତୁ ଦିଏ କେତେ ସରାଗ ମନରେ

ଜୀଵନ ବଂଚିବା ପାଇଁ।

ସକାଳର ସୂର୍ଯ୍ୟ ପୂରୁବ ଦିଗରେ

ଉଇଁଲେ ଦିନ ଉଜ୍ଜଳ

ପଶ୍ଚିମରେ ଯେବେ ଅସ୍ତଗାମୀ ହୁଏ

ରାତି ହୁଏ ଛଳ ଛଳ।

ଆକାଶେ ତାରକା ମିଟି ମିଟି ହୋଇ

ଜହ୍ନ ସାଥେ କରେ ଖେଳା

ପୁରୁଣା ଯାଉଛି ନୂତନ ଆସୁଛି

ଏତତ ଜୀବନ ଲୀଳା।

ସାଗର ଚାହିଁଛି ତଟନୀ ସ୍ରୋତକୁ

ତା,ଗର୍ଭେ ମିଶିବା ପାଇଁ

ତଟନୀ ଧାଉଁଛି ଖାଲ ଖମା ଡେ଼ଇଁ

ପଥରେ ଅଟକେ ନାହିଁ।

ବୈଶାଖ ଖରାରେ ଧରଣୀ ରାଣୀ ତ

ହୁଏ ଡହଳ ବିକଳ

ବରଷା ଆସିଲେ କି ଆନନ୍ଦ ସତେ

ପଲ୍ଲବିତ ହୁଏ କୋଳ।

ଜୀବତ୍ମା ବ୍ୟାକୁଳ ମିଳନରେ ସଦା

ପରମାତ୍ମା ଏକା ସତ୍ୟ

ମିଛ ମୋହ ମାୟା ଅଳିକ ସଂସାର

ସବୁ ଲାଗନ୍ତି ଅନିତ୍ୟ।

ମଣିଷ ଜୀଵନ ଶ୍ରେଷ୍ଠ ଯେ ଅଟଇ

ବିଭୁ ପଦେ ଥିଲେ ଧ୍ୟାନ

ଜଗନ୍ନାଥ ପ୍ରଭୁ ସୁଧାରି ନେବେତ

ସୁଖେ ବିତିଯିବ ଦିନ।


  , 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational