STORYMIRROR

Goutam Mohanty

Abstract

2  

Goutam Mohanty

Abstract

#ଜୀବନ୍ୟାସ…

#ଜୀବନ୍ୟାସ…

1 min
2.9K

ସୁଉଉ...ସୁଉଉ...ସୁଉଉ

କିଏ ସେ ପବନରେ ସୁସୁରି ମାରି

ଭ୍ରମିତ ଆତ୍ମହରା କରିଯାଏ ମୋତେ

ବିଥୋଭେନ ର ସଂଗୀତ ପରି


ପୁନର୍ବାର ମତୁଆଲା ହୁଏ ମୁଁ

ସେଠି ସନ୍ଧ୍ୟାରେ ଜୁଆର ଉଠିଲେ

କେଉଁଠି ଯାଏ ଦିନ ତମାମ ସେ

ସମ୍ମୋହିତ ହୁଏ ମୁଁ ସେ କଥା ଶୁଣିଲେ


ମୋ କାନେ ସେ ହସେ ଗାଏ

ନାଇଟେଙ୍ଗେଲର ଭ୍ରମ ତୋଳି

ଲମ୍ଫ ଦିଏ ମୁଁ ବିସ୍ମୃତିର ଗର୍ଭେ

ଘୁରିବୁଲେ ସେଇଠି ଏ ଗଳି ସେ ଗଳି


ମୁଁ ଛିଡାହୁଏ ଥାଳ ଧରି ହସ୍ତେ

ଜନ୍ମାନ୍ତରରୁ ସମ୍ମତିର ଭିକ୍ଷା ଆଶାରେ

ବିଦ୍ରୁପ ନୟନେ ହସେ ମୋନାଲିସା

ଲିଓନାର୍ଡୋ ଚକ୍ଷୁରୁ ଅଶ୍ରୁ ଝରେ


ବିଗତରୁ ଫେରିଆସେ ମୁଁ

ରାତ୍ରୀ ବେଳର ଶୀତଳ ଛୁଆଁରେ

ବାକି ରଖି ଅର୍ବୁଦ ଶବ୍ଦ ବିଦାୟ ଦିଏ ସେ

ଚାପା ଚାପା ଆର୍ତ୍ତନାଦ ସ୍ୱରେ


ମୋ ଶେଷ ସ୍ୱପ୍ନର ଅବୟବକୁ

ହାୱାରେ ସିଞ୍ଚି ଦିଏ ମୁଁ ଦଶ ଦିଗରେ

ଏଇ ଚାନ୍ଦିପୁର ବେଳାଭୂମିରେ           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract