STORYMIRROR

Madhu Mita

Inspirational

3  

Madhu Mita

Inspirational

ଜୀବନ୍ତ ପ୍ରକୃତି

ଜୀବନ୍ତ ପ୍ରକୃତି

1 min
210



କାକ କୋକିଳ କି କୁକୁଟ ଶ୍ୱାନ…!

କପି ହସ୍ତୀ ଅବା ଗଧର୍ଭ ମୀନ…!!

ହେଉ ଅବା ଅଶ୍ଵ ଗାଭି କି ମେଷ…!

ସବୁ ପାଖେ ଥାଏ କିଛି ବିଶେଷ…!!


ପୁଷ୍ପ ହେଉ ଅବା ପାଦପ ଜଳ…!

ଶୀତଳ ସମୀର ସାଗର ଅଥଳ…!!

ଶିଖାନ୍ତି ଶିକ୍ଷା ଯେ ନିତ୍ୟ ନୂତନ…!

ମନୁଷ୍ୟର ପାଇଁ ବିଭୁ ବରଦାନ…!!


ଉତ୍ସର୍ଗୀ ଜୀବନ ଚିନ୍ତି ସର୍ବ ମଙ୍ଗଳ…!

ପ୍ରକୃତି ଚଞ୍ଚଳ ରହିଥାଏ ଚିରକାଳ…!!

ଅବିରାମ ଗତିରେ ରବି ଶଶୀ ତାରା…!

ଆସନ୍ତି ଧରାପୃଷ୍ଠେ ହିମ ବର୍ଷା ଖରା…!!


ପ୍ରକୃତି ଖଞ୍ଜିଛି ସବୁ ତା ନିୟମ ବଳେ…!

ସେ ନିୟମ ତଳେ ହିଁ ଏ ଜୀବନ ଚଳେ…!!



Rate this content
Log in

Similar oriya poem from Inspirational