STORYMIRROR

Shashanka sekhar Ray

Abstract Inspirational

4  

Shashanka sekhar Ray

Abstract Inspirational

ଜୀବନ୍ତ ଈଶ୍ଵର

ଜୀବନ୍ତ ଈଶ୍ଵର

1 min
120

ଆଖି ଖୋଲିବା ଦିନୁ ଦେଖିଛି 

ରାତି ରାତି ଅନିଦ୍ରା ହୋଇ 

ନିଜ ରକ୍ତକୁ ପାଣି କରି ଯିଏ

ମାଟି ପରେ ଚଲାଇବା ଶିଖାଇଛି

ଚିହ୍ନାଇଛି ଏ ସୁନ୍ଦର ସଂସାରକୁ

ବୁଝାଇଛି ପାପ-ପୁଣ୍ୟ ସତ-ମିଛର 

ମିଶାଣ-ଫେଡାଣର ଜଟିଳ ଅଙ୍କକୁ ।

ନର୍କରୁ ସ୍ଵର୍ଗକୁ ଟାଣିନେବାକୁ 

ଦେଖାଇଛି ଅମୃତର ପଥଟିଏ

ଚଳଚଳ କରି ଗରମ ନିଶ୍ଵାସ ଲୁହକୁ ପିଇ

ନିଜେ ପଥର ପାଲଟିଯାଇଥିବା

ଜୀବନ୍ତ ଈଶ୍ଵର ଈଶ୍ଵରୀ ତୁମେ

ଜାଣେନି ସେ କାଠ କି ପଥର ପ୍ରତିମାରେ

ନାଲି ସୁନ୍ଦୁର ମାଖା ଭଗବାନଙ୍କୁ

ଯାହାଙ୍କୁ ସମସ୍ତେ ପୂଜନ୍ତି ଦିନରାତି

ଭିକାରୀ ଭଳି ଘଣ୍ଟାଘଣ୍ଟା ମାଗନ୍ତି 

ଅସରନ୍ତି ଆଶାର ଲମ୍ଵା ତାଲିକାଟିଏ ଧରାଇ ।

ଘରେ ଛାଡି ନିଜ ମାତାପିତାଙ୍କୁ

ଦଉଡୁଛନ୍ତି ଆମେ ମରୀଚିକା ପଛେ

ମଠ ମନ୍ଦିର ବାବା ଆଶ୍ରମେ

ମନସ୍କାମନା ପରିପୂର୍ଣ୍ଣ ପାଇଁ 

ଭୁଲିଯାଇଛୁ ନୈତିକତା ଆମେ

କଷ୍ଟ ଦେଇ ତାଙ୍କ ମନେ

ଡାକୁଥାଉ କଣ୍ଠ ଫଟାଇ କାହାକୁ କେଜାଣି

ଯାହାକୁ ଡାକିବାକୁ ହୁଏନି

କି ମାଗିବାକୁ ପଡେନି

ଆପେ ଆପେ ଅଜାଡିହୋଇଯାଏ

ଶିରେ ଆଶିଷର ହାତ ।

ଯିଏ ଖାଲି ଦେଇଜାଣିଛ 

ନେବାର ଆଶା ନ ଥାଏ କେବେ

ଶୁଭ ମନାସେ ବିନା ସ୍ଵାର୍ଥେ

ଆଗକୁ ବଢିବାକୁ ପ୍ରେରଣା ଦିଏ

ଶତ ସିଂହର ବଳ ଆସିଯାଏ

ତା ପାଦ ଥରେ ଛୁଇଁଦେଲେ

ସମୁଦ୍ର ପହଁରି ହୁଏ 

ହିମାଳୟ ଚଢିହୁଏ ଅକ୍ଳେଶରେ ।


Rate this content
Log in

Similar oriya poem from Abstract