STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜୀବନର ଯାତ୍ରା

ଜୀବନର ଯାତ୍ରା

1 min
11.3K

କାଲି ଭେଟିଥିଲି ଜୀବନକୁ ରାସ୍ତାରେ

ବସିଥିଲା ମନ ମାରି ବାଦଲ ଛାଇରେ

ପାଶେ ବସି ପଚାରିଲି ବିଷାଦ କାରଣ

ବାଟବଣା ହୋଇ ଭ୍ରମେ ଭ୍ରମେ ବିପଥରେ ।।


ଭାରାକ୍ରାନ୍ତ ଆଖିତଳେ ଶତ ଅବସାଦ

କେଜାଣି କେତେ ରାତି ଆସିନାହିଁ ନିଦ

କ୍ଳାନ୍ତ ଓଠ ଧାରେ କିଛି କହିବାକୁ ଇଛା

କହିବ କି ନାହିଁ ମନେ ଭାଳୁଛି ପ୍ରମାଦ ।।


ପଚାରିଲି କୁହ ଯିବ କେଉଁ ସେ ରାଇଜେ

ଜାଣିଥିଲେ ବତାଇବି ପଥ ମୁଁ ସହଜେ

ହସି କହେ ମୃତ୍ୟୁ ମୋର ଅନ୍ତିମ ଠିକଣା

ଖୋଜିବାଟା ବୋଧେ ଲେଖା ମୋ କାଗଜେ ।।


କାହିଁକି ଖୋଜୁଛ ଯା'କୁ ଡରନ୍ତି ସଭିଏଁ

ବଞ୍ଚିଯାଅ ଖୁସିରେ ଦିନେ କି ଓଳିଏ

ସେ କହେ କେ ଜାଣେ ସେଇ ଓଳିକ ଆୟୁଷ

ଥିବ ବୋଧେ ଶୋଇଗଲେ ଚାଲିଯିବ ପ୍ରାୟେ ।।


ଶୁଖିଲା ପତ୍ରଟେ ପଡ଼ି କ୍ଷୁଦ୍ର ଜଳାଶୟେ

ଚହଲେ ମୋ ପ୍ରତିବିମ୍ବ ମୁଁ ଆଚମ୍ବିତ ହୁଏ

ସେତେବେଳୁ ନିଜ ସାଥେ କରୁଛି ଆଳାପ

ହାତଧରି ମୋ ରାସ୍ତାକୁ ଜୀଵନ ଦେଖାଏ ।।


©ଚିନ୍ମୟ କୁମାର ନାୟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract