STORYMIRROR

Niranjan Sahu

Romance

3  

Niranjan Sahu

Romance

ଜୀବନର ରଙ୍ଗ ମଞ୍ଚରେ....

ଜୀବନର ରଙ୍ଗ ମଞ୍ଚରେ....

1 min
173

ବାପାକୁ ଛାଡିଲା ମାଆକୁ ଛାଡିଲା   

   ଭାଇ ଭଉଣୀକୁ ଛାଡିଲା

ମୋର ହାତ ଧରି ସାରା ଜୀବନ

  ମୋର ପାଖେ ପାଖେ ରହିଲା


ଦୁଃଖରେ ସୁଖରେ ସାଥିଟିଏ ହୋଇ

  ଦୁଃଖେ ସୁଖେ ଭାଗୀ ହୋଇଲା    

ମନକଥା ବୁଝି ସ୍ନେହରେ ପ୍ରେମରେ

   ସେବା ଯତ୍ନ ସବୁ କରିଲା


ଜୀବନରେ ବହୁ ସାଙ୍ଗ ମିଳିଛନ୍ତି

   କିଛି ସାଙ୍ଗ ଭୁଲିଛନ୍ତି

ଆଉ କିଛି ସାଙ୍ଗ ମୁହଁ ମୋଡ଼ିଦେଇ

    ବାଟ ଭାଙ୍ଗି ଯାଇଛନ୍ତି


ଜଣେ ହିଁ ସାଙ୍ଗ ମଲାଯାଏଁ ରୁହେ

     ଜୀବନର ସାଥି ହୋଇ

ସାରାଜୀବନ ସାଥି ହୋଇଥାଏ

    ଅର୍ଦ୍ଧାଙ୍ଗିନୀ ନାମ ପାଇ


ମୋର ଅର୍ଦ୍ଧାଙ୍ଗିନୀ ଭଲସାଙ୍ଗଟିଏ

    ସ୍ନେହଲତା ନାମ ପାଇଛି

ସ୍ନେହରେ ପ୍ରେମରେ ଜୀବନ ସ୍ରୋତରେ

    ସୁନାର ସଂସାର ଗଢ଼ିଛି


ବୁଝାମଣା ଯଦି ଭଲରେ ରହିବ

    ସ୍ୱାମୀ ସ୍ତ୍ରୀଙ୍କର ମଧ୍ୟରେ

ସୁନାର ସଂସାର ସୁନାରେ ରହିବ

   ଜୀବନର ରଙ୍ଗ ମଞ୍ଚରେ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance