ଜୀବନର ରଙ୍ଗ ମଞ୍ଚରେ....
ଜୀବନର ରଙ୍ଗ ମଞ୍ଚରେ....


ବାପାକୁ ଛାଡିଲା ମାଆକୁ ଛାଡିଲା
ଭାଇ ଭଉଣୀକୁ ଛାଡିଲା
ମୋର ହାତ ଧରି ସାରା ଜୀବନ
ମୋର ପାଖେ ପାଖେ ରହିଲା
ଦୁଃଖରେ ସୁଖରେ ସାଥିଟିଏ ହୋଇ
ଦୁଃଖେ ସୁଖେ ଭାଗୀ ହୋଇଲା
ମନକଥା ବୁଝି ସ୍ନେହରେ ପ୍ରେମରେ
ସେବା ଯତ୍ନ ସବୁ କରିଲା
ଜୀବନରେ ବହୁ ସାଙ୍ଗ ମିଳିଛନ୍ତି
କିଛି ସାଙ୍ଗ ଭୁଲିଛନ୍ତି
ଆଉ କିଛି ସାଙ୍ଗ ମୁହଁ ମୋଡ଼ିଦେଇ
ବାଟ ଭାଙ୍ଗି ଯାଇଛନ୍ତି
ଜଣେ ହିଁ ସାଙ୍ଗ ମଲାଯାଏଁ ରୁହେ
ଜୀବନର ସାଥି ହୋଇ
ସାରାଜୀବନ ସାଥି ହୋଇଥାଏ
ଅର୍ଦ୍ଧାଙ୍ଗିନୀ ନାମ ପାଇ
ମୋର ଅର୍ଦ୍ଧାଙ୍ଗିନୀ ଭଲସାଙ୍ଗଟିଏ
ସ୍ନେହଲତା ନାମ ପାଇଛି
ସ୍ନେହରେ ପ୍ରେମରେ ଜୀବନ ସ୍ରୋତରେ
ସୁନାର ସଂସାର ଗଢ଼ିଛି
ବୁଝାମଣା ଯଦି ଭଲରେ ରହିବ
ସ୍ୱାମୀ ସ୍ତ୍ରୀଙ୍କର ମଧ୍ୟରେ
ସୁନାର ସଂସାର ସୁନାରେ ରହିବ
ଜୀବନର ରଙ୍ଗ ମଞ୍ଚରେ.....