ଜୀବନର ପରିଭାଷା
ଜୀବନର ପରିଭାଷା
ଚେତନା ଯେଉଁଠି ଯାତନା ସେଇଠି
ଜୀବନର ପରିଭାଷା
ବିଷୟ ବାସନା ଇନ୍ଦ୍ରିୟ ରସନା
ଭୋଗୀ ଭୋଗେ ମହାଯଶା ।
ଜୀବନ ଯେତିକି ଲାଳସା ସେତିକି
ସୁଖ ହୁଏ ବାଟବଣା
ଜୀବ"ର କାମନା ଦୁଃଖର ସର୍ଜନା
ଭୋଗଇ ବହୁ ଯାତନା ।
ସଂସାର ପ୍ରୀତିରେ ମାୟାର ବଶରେ
ମାୟାଧରକୁ ନ ବୁଝେ
ଜୀବନ ଆଉଟେ ଦୁଃଖକୁ ସାଉଁଟେ
ସୁଖ ଲାଗି କେତେ ଯୁଝେ ।
ଭୂତ'ର ବିରସେ ଚିତ୍ତର ସରସେ
ସଂସାରେ ଅଟେ ସେ ସାର
ଶୂନ୍ୟେ ଦେଖେ ପୂର୍ଣ୍ଣ ସତ୍ତାରେ ପରମ
ଦିବ୍ଯ ଆନନ୍ଦ ତାହାର ।