STORYMIRROR

Hasyamayee Raj

Inspirational

3  

Hasyamayee Raj

Inspirational

ଜୀବନର ମନ୍ତ୍ର

ଜୀବନର ମନ୍ତ୍ର

1 min
259


କାମନା ଯେ ନାହିଁ

ଦୁଃଖ ପୁଣି କାହିଁ

ଆଶା ବି ତ ନାହିଁ

ଅବଶୋଷ କାହିଁ

ତୃପ୍ତି ଭରେ 

ଜୀବନର ଏଇ ମନ୍ତ୍ର

ଚାଲିବାକୁ ଅହରହ 

ଅନ୍ତହୀନ ଅସରନ୍ତି ପଥ


କିଏ ଏଠି ପୁର୍ଣ୍ଣ

ଜୀବନ ଯେ

ମାୟାମୟ ଶୂନ୍ୟ

ଏକମାତ୍ର ପୁର୍ଣ୍ଣ ବ୍ରହ୍ମ 

ପରମ ପୁରୁଷ ପ୍ରେମମୟ 

ଜାଜୁଲ୍ୟମାନ ସଦା 

ହୃଦୟରେ ଛବି ତାଙ୍କ 

ହୁଏନାହିଁ ଅସ୍ତ


ଆମେ ଯେ ନିମିତ୍ତ ମାତର

କାହିଁ ଯେ ଆତ୍ମବଡିମା

କାହିଁ ଅହଂକାର

"ନମ୍ରନ୍ତି ଫଳିନୋ ବୃକ୍ଷଃ" 

ଏହାହିଁ ତ

ଧେୟ ଜୀବନର 

ଭରୁଥାଏ ସଂଜୀବନୀ ସୂତ୍ର


ତଥାପି ବୁଝେନି ମଣିଷ

ତୃଷ୍ଣା ତା'ର ହୁଏନାହିଁ ଶେଷ

ପାପର ଜଉ ଘରେ

ଜାଳୁଥାଏ ଅହରହ ଜୀବନ

ତା ଭିତରେ ହଜେଇ ଦିଏ

ନିଜର ଅସ୍ତିତ୍ବ ପୁଣି 

ଅମୂଲ୍ୟ ମୁହୂର୍ତ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational