ଜୀବନ୍ମୁକ୍ତ ହେବାର ଈଛା
ଜୀବନ୍ମୁକ୍ତ ହେବାର ଈଛା
କଣ୍ଠାଗ୍ରତ ପ୍ରାଣରେ
ଶେଷ ଯାତ୍ରାର ଆବାହନୀ
ଶୁଭିଲାଣି ।
ଅନ୍ଧକାର ଘନୀଭୂତ ହେଲାଣି ।
ସବୁ ମୁହୂର୍ତ୍ତ ଭୟାର୍ତ୍ତ ଲାଗିଲାଣି
ପୃଥିବୀ ରକ୍ତ ବର୍ଣ୍ଣରେ
ଶୋଭା ମଣ୍ଡନ କଲାଣି ।
ସତରେ କଣ ସୂର୍ଯୋଦୟ ଶେଷ ହେଇଗଲାଣି !
ଜ୍ୟୋତ୍ସ୍ନା ଲୋକ ଡ଼ହଡ଼ହ ଖରା ପାଲଟି ଗଲାଣି!
ସ୍ୱପ୍ନ ତୃଷାର୍ତ୍ତ ଲାଗିଲାଣି ।
ଅଥଚ ସ୍ୱପ୍ନଚାରୀ ଆତ୍ମା ଜାଗ୍ରତ ।
ଦୁସ୍ୱନ୍ନରେ ଅସ୍ତବ୍ୟସ୍ତ
ସମଗ୍ର ସତ୍ତା ।
ନୟନ ଭୟାର୍ତ, ଅଶ୍ରୁ ପ୍ଲାବିତ।
ଅବିଶ୍ୱାସ କ୍ରମାଗତ ବର୍ଦ୍ଧିତ।
ବୋଧହୁଏ ଜୀବନର
ସାୟାହ୍ନ ଉପଗତ ।
ହେ ଜୀବନ ସ୍ରଷ୍ଟା,
କେବେ ହେବ ଏ
ଜୀବ ଜୀବନ୍ମୁକ୍ତ !!