ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ହଜି ଯାଇଥିବା ଚିଠିକୁ
ଖୋଜି ଆଣିବାର ପ୍ରୟାସ
ଭୁଲି ଯାଇଥିବା ପ୍ରେମକୁ
ମନେ ପକାଇବାର ନାଁ ତ ପ୍ରାୟଶ୍ଚିତ ।
ପ୍ରାୟଶ୍ଚିତରେ ନ ଥାଏ ମିଛ ଆତ୍ମ-ବଡ଼ିମାର ସ୍ଥାନ
ଥାଏ ଭଙ୍ଗା ଆଇନାକୁ ଯୋଡିବା ର ସ୍ବପ୍ନ ।
ଭଙ୍ଗା ହୃଦୟକୁ ସିନା
ଯୋଡ଼ି ପାରେନା ପ୍ରାୟଶ୍ଚିତ
ହେଲେ ଦୁଃଖ ଭରା ହୃଦୟରେ
ଭରିଦିଏ ମିଛ ଆଶ୍ୱାସନା।
ନିଦ ଆସୁ ନ ଥିବା ଆଖିର ଚାହାଣିରେ ତ
ଥାଏ ପ୍ରାୟଶ୍ଚିତ ।
ଅତୀତରେ କରିଥିବା
ପାପର ମୂଲଚାଲ କରିବାର ନାଁ ତ ପ୍ରାୟଶ୍ଚିତ।
ନିଜ ଆତ୍ମା ଉପରେ
ଆତ୍ମାର ଅଭିମାନ ର ନାଁ ତ, ପ୍ରାୟଶ୍ଚିତ।
ନିଜ ଭୁଲ୍ କୁ ବୁଝି
ଅନୁତାପ କରିବାର ନାଁ ହିଁ ପ୍ରାୟଶ୍ଚିତ ।
