ଆଇନା
ଆଇନା
ଆଇନା ଏମିତି ଏକ ବନ୍ଧୁଟିଏ,
ମୁଁ ହସିଲେ ହସେ ମୁଁ କାନ୍ଦିଲେ କାନ୍ଦେ
ମୁଁ ରୁଷିଲେ ରୁଷି ଯାଏ
ଆଇନା ଏମିତି ଏକ ବନ୍ଧୁଟିଏ ।
ଆଇନା ଏମିତି ଏକ ବନ୍ଧୁଟିଏ,
କପଟ ନାହିଁ ତା ଅନ୍ତରରେ ଜମା
ସବୁବେଳେ ସତ କହେ
ଆଇନା ଏମିତି ଏକ ବନ୍ଧୁଟିଏ ।
ଆଇନା ଏମିତି ଏକ ବନ୍ଧୁଟିଏ,
ସବୁ ବନ୍ଧୁ ଦୂରେ ଚାଲିଗଲେ ହେଲେ
ସେ ମୋ ପାଖେ ପାଖେ ଥାଏ
ଆଇନା ଏମିତି ଏକ ବନ୍ଧୁଟିଏ ।
ଆଇନା ଏମିତି ଏକ ବନ୍ଧୁଟିଏ,
ରାଗିଗଲେ ମୁଁ ତା' ହୃଦୟକୁ ଭାଙ୍ଗେ
ଭାରି ସରଳିଆ ସିଏ
ଆଇନା ଏମିତି ଏକ ବନ୍ଧୁଟିଏ ।
ଆଇନା ଏମିତି ଏକ ବନ୍ଧୁଟିଏ
ପାଇବାର ଆଶା ରଖେ ନାହିଁ ମନେ
ଖୁସି ବାଣ୍ଟି ଚାଲିଥାଏ
ଆଇନା ଏମିତି ଏକ ବନ୍ଧୁଟିଏ ।
