Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Abstract

4  

Jashobant Pattanayak

Abstract

ମାଟିଘର

ମାଟିଘର

1 min
225



ଷଠୀପୂଜା,ଓଷା,ବ୍ରତ,ଜନମଦିନରେ,

ଅଷ୍ଟମୀ ଓ ମାଣବସା, ପୁଣ୍ୟପରବରେ,

ବୋଉହାତ ନାଲିମାଟି,ଗୋବର ଚିତାରେ -

କବାଟ ଓ କାନ୍ଥସବୁ ଝୋଟି ସାଜୁଥିଲା ;

ସତରେ ମୋ' ମାଟିଘର ଭାରି ଭଲଥିଲା ।।୧।।


ପାଠ ଶିଖୁଥିଲି ଯେବେ ମାଟିସିଲଟରେ,

ପାଟିକରି ଛାଟଖାଇ ଗାଁ ଟୁଙ୍ଗିଘରେ,

ବୋଉ କୋଳେ କାନ୍ଦୁଥିଲି ହାଣ୍ଡିଶାଳଟାରେ -

ଠାକୁମା' ଅବଧାନେ ଗାଳି କରୁଥିଲା ;

ସତରେ ମୋ' ମାଟିଘର ଭାରି ଭଲଥିଲା ।।୨।।


ଖେଳୁଥିଲି ଖେଳ-ଦାଣ୍ଡପିଣ୍ଡା ଶଗଡ଼ରେ,

କାଳିଆ କଷରା ସାଥେ ବେଙ୍ଗଳାଖଳାରେ,

କେବେ ଗୁହାଳରେ କେବେ ବିଲହୁଡାପରେ -

ଆମ ଧୋବ ବାଛୁରୀଟା ଡିଆଁ ମାରୁଥିଲା ;

ସତରେ ମୋ' ମାଟିଘର ଭାରି

ଭଲଥିଲା ।।୩।।


ଜେଜେଙ୍କର ନାଶଦାନୀ- ପାନବଟୁଆରେ,

ଠାକୁମା' ବଖରାର ସେ କଣମୁଛାରେ,

ବାପାଙ୍କର ମଳିମିଶା ସାର୍ଟ ପକେଟରେ -

ବୋଉ କାନି ଗଣ୍ଠିରେ ମୋ' ଧନ ଭରିଥିଲା ;

ସତରେ ମୋ' ମାଟିଘର ଭାରି

ଭଲଥିଲା ।।୪।।


ହାଣ୍ଡିଭାତ,ମୁଗଡାଲି,ମାଛବେସରରେ,

କାଞ୍ଜି,ଆଳୁ,ବାଇଗଣ, ଶୁଖୁଆପୋଡ଼ାରେ,

ଶାଗ,ଘାଣ୍ଟ,ଶିମ୍ବରାଇ,ମଞ୍ଜା ଆଚାରରେ -

ବଡିଚୁରା,ଛୁଇଁଭଜା ମନ ମୋହୁଥିଲା ;

ସତରେ ମୋ' ମାଟିଘର ଭାରି

ଭଲଥିଲା ।।୫।।


ପାଞ୍ଚହାତ ଭିଜୁଥିଲା ଗୋଟିଏ କଂସାରେ,

ଖଜୁରୀପଟି ଓ କନ୍ଥା ନିଦ ପରଶାରେ,

ଅଭାବେ ବି ଶାନ୍ତି ଥିଲା ଭଙ୍ଗା ଚାଳିଆରେ -

ଚିରାଫଟା ଦୁନିଆଁଟା ଖୁବ୍ ହସୁଥିଲା ;

ସତରେ ମୋ' ମାଟିଘର ଭାରି

ଭଲଥିଲା ।।୬।।


ବଦଳିଲା ଚେହେରା ମୋ' ଯେବେ ଧିରେଧିରେ,

ଘରଟା ବି ବଦଳିଲା ସମୟ ସୁଅରେ,

ଏକାଏକା ବସି ଭାବେ ଆଖିର ଲୁହରେ -

ଏକତାର ବନ୍ଧନଟା ବେଶ୍ ଟାଣ ଥିଲା ;

ସତରେ ମୋ' ମାଟିଘର ଭାରି

ଭଲଥିଲା ।।୭।।


     🏡🏡🏡


Rate this content
Log in

Similar oriya poem from Abstract