Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PrasannaKumar Das

Abstract

4  

PrasannaKumar Das

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
223



ହେ' ମାନବ ଜାତି    ମାଗୁଛି ଧରତି

      ତୁମ ପାପ ପ୍ରାୟଶ୍ଚିତ୍ତ ।

ତୋଫାନ ବରଷା     ବଢ଼ାଏ ଦୁଃର୍ଦ୍ଦଶା

      ମହାମାରୀ କରେ ନୁର୍ତ୍ତ୍ୟ ।


କାରଖାନା କଳ     ମୋଟର ଯାନର

      ବିଷ କରି ବିସର୍ଜନ ।

ଗଗନ ପବନ       କଲ ପ୍ରଦୂଷଣ

      ସାଗର ସରିତମାନ ।।


ପ୍ରକୃତ୍ତି ସୁନ୍ଦରୀ     କାନ୍ଦେ ମୁଣ୍ଡକୋଡି 

       ତା' ରୂପ ଦିଶେ ବିବର୍ଣ୍ଣ ।

ବଣ ପରବତ      କରିଲ ଶ୍ରୀ-ହତ

       କାଟି ବୃକ୍ଷ ଲତାମାନ ।।


ବିଜ୍ଞାନ ଜଗତେ    ମଂଗଳ ନିମନ୍ତେ

      କରିଥିଲ ଉଦ୍ଭାବନ ।

ନାନା ରସାୟନ    ଅସ୍ତ୍ର ନିକ୍ଷେପଣ

      ପ୍ରକୃତ୍ତି କଲା ବିପନ୍ନ।।


ଜନ ସଂଖ୍ୟା ବୃଦ୍ଧି   ବନପ୍ରାଣୀ ବଧି

       ନଦୀରେ ବନ୍ଧ ବାନ୍ଧିଲ ।

ଧରା ବୁକୁ ଚିରି     ନିଜ ଦରକାରୀ

      ରସାୟନ ଧାତୁ ନେଲ।।


ହାରି ସନ୍ତୁଳନ       ଧରାରେ କମ୍ପନ

      ସାଗର ଲଂଘିଲା କୁଳ ।

ବନ୍ୟା ବାତ୍ୟା ଭୟ    କରୁଛି ଅଥୟ 

      'କରୋନା' ବିଭତ୍ସ ଖେଳ ।।


କଲ ମହାପାପ      ନ ଥାଇ ସନ୍ତାପ

       ପରିବେଶ ବିଧ୍ବଂସିତ ।

ପ୍ରଳୟ ମୁଖରେ      ପୃଥିବୀ ପତିତ

       କହେ କର ପ୍ରାୟଶ୍ଚିତ ।।


ଜନସଂଖ୍ୟା ଘୋର    ନିୟନ୍ତ୍ରଣ କର

        କର ନାହିଁ ପ୍ରଦୁଷଣ ।

ହେବ ପ୍ରାୟଶ୍ଚିତ       ହସିବ ଜଗତ

        କରିଲେ ବୃକ୍ଷରୋପଣ।।


Rate this content
Log in