STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

ମାଟି ଘର

ମାଟି ଘର

1 min
365


ମାଟି ଘର ମୋର      ହେଲାଣି ଜର୍ଜର 

       ଉଇ ଖାଇ ରୁଆ ଶେଣି ।

ଜଞ୍ଜାଳି ଶ୍ରାବଣ       ଅଶ୍ରାନ୍ତ ଧାରାରେ

        ଚାଳରୁ ଗଳୁଛି ପାଣି ।।


ଉଜାଣି ବହୁଛି         ଅଣଚାଷ ବାଆ 

        ବେଳକୁ ବେଳ ପ୍ରବଳ।

ଉଜାଡିବ କ୍ଷଣେ         କେବେ କିଏ ଜାଣେ

        ମୋ ପ୍ରିୟ ସଜଡା ଘର।।


ଘରଣୀ ମାନିନୀ           ପାଞ୍ଚ ପୁଅ ଘେନି

         ଉନ୍ମତ୍ତ ଭୋଗ ବିଳାସେ।

ଅଲିଅଳ ପୋଏ           ଯିଏ ଯାହା ଚାହେଁ

         ଅବିଚାରେ ତା' ପରୋଷେ।।


ପଞ୍ଚ ଭୃତ୍ୟ ମେଳେ          ପଞ୍ଚ ପୁତ୍ର ଖେଳେ 

           କ୍ଷଣ କ୍ଷଣ ସୁଖ ପାଇଁ।

କରମ ଅକର୍ମ              ଧରମ ଅଧର୍ମ

          କାହାର ବିଚାର ନାହିଁ ।।


ମୋ ପ୍ରାଣଆଧାର          ପରମ ଠାକୁର

           ରହି ନିଭୃତ କନ୍ଦର।

ନିଃସଂଗ ନିର୍ଲିପ୍ତ          ଅବ୍ୟକ୍ତ ଅଭୁକ୍ତ

          ହିସାବ ରଖେ କର୍ମର।।


ମାଟି ଗଢ଼ା ଏହି           ମାଟିଘର ମୋର 

          ମାଟିରେ ଦିନେ ମିଶିବ ।

କର୍ମ ଅନୁସାର          ବିଚାରି ଠାକୁର

          ନୂଆଘର ମୋତେ ଦେବ।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract