ଜୀବନାନୁଭୂତି
ଜୀବନାନୁଭୂତି
ମାଗିବା ଆଗରୁ ଦେଇଅଛ ପ୍ରଭୁ
ସଂସାରେ ଜାଣନ୍ତି ସବୁ,
ତଥାପି ମଣିଷ ଅଳି କରେ ବସେ
ବାଞ୍ଛା ପୂର୍ଣ୍ଣ କର ବିଭୁ ।।1
ବଞ୍ଚିବା ପାଇଁ ତ ଖାଦ୍ଯ ଶସ୍ଯ କେତେ
ରଖିଛ ଏଧରା ଧାମେ,
ଦେହ ସୁଖ ଲାଗି ଚେରମୂଳି ପଥି
ଯୋଗାଅ ଦିବସ ଯାମେ।।2
ସୁଖ ଶାନ୍ତି ଯେତେ ସାଇତି ରଖିଛ
ପ୍ରକୃତି ବିପିନ କୋଳେ,
ନୀଳ ଜଳ ଧାରେ ସାଗର ବେଳାରେ
ସରଗ ସୁଖ ଯେ ମିଳେ।।3
ସୂର୍ଯ୍ଯ ଚନ୍ଦ୍ର ତାରା ଜ୍ଯୋତି ପ୍ରକାଶନ୍ତି
ବିଧାତା ନିର୍ଦ୍ଦେଶ ମତେ,
ଷଢ ଋତୁ ପରା ଆମ ହିତେ ଖଞା
କର ପ୍ରଭୁ କୃପା କେତେ ।।4
ଲୋଭ ମୋହ ମାୟା ପାଲରେ ପଡିଣ
ପୀଡନ୍ତି ଆତ୍ମାକୁ ସର୍ବେ,
କର୍ମ ଅନୁସାରେ ଫଳତ ଭୁଞନ୍ତି
ବହୁବାର ଜନ୍ମି ଭବେ।।5
ନାହିଁ ନାହିଁ କହି କେତେ ମୁଁ ମାଗିଛି
କୃତଜ୍ଞତା ନାହିଁ ଭୋଗେ,
କାମନାରେ କେବେ ଲଗାମ ଦେଇନି
ଧାଇଁଚି ମାୟାର ଯୋଗେ।।6
ଦେଇନାହଁ ବୋଲି କହିବି କେମିତି
ଦୟାମୟ ବାଞ୍ଚାନିଧି
ସବୁପାଇ ଯଦି ସନ୍ତୋଷ ନହେଲି
ଦୁଃଖ ମିଳେ ନିରବଧି ।।7
ଦେବାର ଭାବନା ଚିନ୍ତି ନାହିଁ କେବେ
ନେଇଛି ତ ମନ ଭରି ,
ତ୍ଯାଗ ବିନା ଜୀବ କେମିତି ସମ୍ଭବ
ଲାଗେ ଆତ୍ମାର ବଇରୀ।।8
