ଜୀବନ
ଜୀବନ


ଜନ୍ମ ଅଛି ତ ମୃତ୍ୟୁ ନିଶ୍ଚିତ
ସିଏ ଯିଏ ବି ହେଉ ନା କାହିଁକି
ଏହି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ
ସମସ୍ତ ସମୟକାଳକୁ କୁହାଯାଏ ଜୀବନ ll
କେହିଜଣେ ଦୁନିଆଁକୁ ଆସିବାର ଢେର ପୂର୍ବରୁ
ତୁମକୁ ସୂଚନା ମିଳିଯାଇ ପାରେ
କିନ୍ତୁ ଚାଲିଯିବାର କିଛି କ୍ଷଣ ପୂର୍ବରୁ
ତୁମେ ଟିକେ ବି ସୁରାକ ପାଇ ନପାର ll
ଜୀବନ ଯେତିକି ସୁନ୍ଦର ଆଉ ସରସ
ସେତିକି ମଧ୍ୟ ଦୁଃଖ ଯନ୍ତ୍ରଣାରେ ଭର୍ତ୍ତି
ଜୀବନ ନିଶ୍ଚିତ ଭାବେ ରହସ୍ୟମୟ
ଆଉ ଆଶ୍ଚର୍ଯ୍ୟଜନକ ମଧ୍ୟ
କାରଣ ସମସ୍ତଙ୍କର ଜୀବନର ଜୀବନୀ
ସମାନ ନଥାଏ ଏବଂ ସମୟଚକ୍ରରେ
ବଦଳୁଥାଏ ପ୍ରତି ମୁହୂର୍ତ୍ତରେ ll
ହସ ଲୁହ ସୁଖ ଦୁଃଖ
ମୋହ ମାୟା ଲୋଭ ମମତା
ଏମାନେ ହେଉଛନ୍ତି
ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ
ଏ ମାନଙ୍କ ବିନା ଜୀବନ
ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ
କିନ୍ତୁ ଏ ମାନଙ୍କ ଆବଶ୍ୟକ ମଧ୍ୟ
ନିର୍ଦ୍ଦିଷ୍ଟ ପରିମାଣର
କମ ବେଶି ହେଲେ ମଧ୍ୟ ଭଲ ନୁହେଁ ll
ଜୀବନ ନିଶ୍ଚିତଭାବେ ଘଟଣା ବହୁଳ
ପ୍ରତିଟି ଘଟଣା କିଛି ନା କିଛି ଶିକ୍ଷା ଦିଏ
ସେ ଖଟା ହେଉ ବା ମିଠା
କିନ୍ତୁ ସେ ସବୁଥିରୁ ଶିକ୍ଷା ଲାଭ କରିବାର ଅଛି ll
ସବୁ କ୍ଷେତ୍ରରେ ଉତ୍ତମ ସଂଯମତା
ଅବଲମ୍ବନ କରିପାରିଲେ ହେଁ
ତୁମେ ସୁନ୍ଦର ଜୀବନ
ଜୀଇଁ ପାରିବ ଏଥିରେ ସନ୍ଦେହ ନାହିଁ ll
ବେଳେ ବେଳେ ଏମିତି ବି ସମୟ ଆସେ
ଜୀବନ ବିଷମ ଲାଗେ
ଜଗିରଖି ଅତିବାହିତ କରିବାକୁ ହେବ ଏହି ସମୟକୁ
ତୁମେ ଏମିତି କିଛି କରନାହିଁ ଏହି ସମୟରେ
ଯାହା ଫଳରେ ତୁମକୁ ଅନୁତାପ କରିବା ପାଇଁ ପଡିବ
କୌଣସି କାର୍ଯ୍ୟ ପାଇଁ
କାରଣ ତୁମ ସହ ଅନେକ ଜୀବନ
ଯୋଡିହୋଇ ରହିଛି ll
ସବୁ ବାଧା ବିଘ୍ନକୁ
ଅତିକ୍ରମ କରିବା ପାଇଁ ହେବ
ତେବେ ଯାଇ ତୁମେ ନିଶ୍ଚିତ ସଫଳ ହେବ
ଏହା ହିଁ ତ ଜୀବନ ll
ସଂସାରେ କୌଣସି ସମୟ
ଚିରସ୍ଥାୟୀ ନୁହେଁ
ଦୁଃଖ ପରେ ସୁଖ ନିଶ୍ଚିତ ଆସିବ
ଦେଖିବ ସେତେବେଳେ ସେ ସମୟରେ
ତୁମେ ଅନନ୍ୟ ଆନନ୍ଦର ଆଧିକାରୀ
ହୋଇ ଉଠିବ ll