Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Classics Inspirational Others

4.7  

Sambit Srikumar

Classics Inspirational Others

ଜୀବନ

ଜୀବନ

1 min
203


କେତେ କାଳ ଆଉ ଜୀଇଁବା

ଏମିତି ଡରି ଡରି

ଅସହାୟତାକୁ ଆମର ଦେଖି

ନିୟତି ହସୁଛି ଥିରି ଥିରି!!

ବଞ୍ଚି ଥାଉ ଥାଉ ସତେ କି

ଆଉ ଯାଇଛୁ ମରି?

ସବୁ ସୁଖ ଶାନ୍ତି ଆମର

କିଏ ଅବା ନେଇଛି ହରି??

ସୁରକ୍ଷିତ ଭବିଷ୍ୟର ଆଶାରେ

ବର୍ତ୍ତମାନଟା ତ ଯାଉଛି ସରି

ଯେତେ ଯେତେ ବିତୁଛି କାଳ

ମନରେ ବିଷାଦ ଯାଉଛି ଭରି!!

ଗୁଜବ କୁତ୍ସା ଆଜି ସତ୍ୟ

ଉପରେ ପଡୁଛି ଭାରି

ତୁଛା ଅନିଶ୍ଚିତ ଅବାନ୍ତର

ଚିନ୍ତାରେ ମନଟା ହେଉଛି ଘାରି!!

କେତେ ଦିନର ଏ ଜୀବନ?

କାହିଁ ବା କାହାକୁ ଡର?

ଜନ୍ମ ମୃତ୍ୟୁ ସତ୍ଯ ଚିରନ୍ତନ

ଧରାଧାମରେ କିଏ ବା ଅମର??

ଜୀବନ ଅଙ୍କର ଯବନିକା

ଅନ୍ତେ ସଭିଏଁ ତ ଏକାକାର

ମାଟି ମାଆର କୋମଳ କୋଳରେ

ଯହିଁ ନାହିଁ କିଛି ବି ବାଛବିଚାର!!



Rate this content
Log in

Similar oriya poem from Classics