STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଭକ୍ତ ରଙ୍କା ଭଗବାନ

ଭକ୍ତ ରଙ୍କା ଭଗବାନ

1 min
133

ପ୍ରଭୁ ଦାସ ଙ୍କର ପାନ

ବାଈ ଖେଚୁଡ଼ିରେ ମନ

ଦାସିଆ ନଡ଼ିଆ ତୁମକୁ ବଢିଆ

ଭକ୍ତ ରଙ୍କା ଭଗବାନ

ମୋ ଭକ୍ତ ରଙ୍କା ଭଗବାନ ।


ମନୋହର ଦାସ ମନ କଥା ଜାଣି

ମାଘ ମାସେ ପଦ୍ମ ବେଶ

ଗଣପତି ଭଟ୍ଟ ଗଣେଶ ଙ୍କ ଭକ୍ତ

ତାଙ୍କ ପାଇଁ ଗଜ ବେଶ

ଭକ୍ତ ପାଇଁ ତୁମ ରଥ ଅଟକଇ

ଧନ୍ୟ ଲିଳାମୟ ଧନ୍ୟ

ଭକ୍ତ ରଙ୍କା ଭଗବାନ ।


ରାଇଜର ମାନ ରଖିବା ପାଇଁକି

ପାଇକ ଯେ ସାଜି ଥିଲ

ଦହି ପିଇଦେଇ ଭକ୍ତ ମାଣିକକୁ

ରତ୍ନ ମୁଦି ବନ୍ଧା ଦେଲ

ଜୟଦେବଙ୍କର ଗୀତ ଗୋବିନ୍ଦକୁ

ତୁମେ ଲେଖି କଲ ପୂର୍ଣ୍ଣ

ଭକ୍ତ ରଙ୍କା ଭଗବାନ ।


ଯେଉଁଠି ଯେମିତି ଭକତ ଡାକିଲେ

କାନ ଡେରି ଶୁଣିଥାଅ

ବେଳ ଅବେଳରେ ପାଖେ ପାଖେ ରହି

ସାହା ତୁମେ ହୋଇଥାଅ

ଏମିତି ନିଜର ଏତେ ଆପଣାର

କିଏ ହେବ କଳା ଧନ

ଭକ୍ତ ରଙ୍କା ଭଗବାନ ।



Rate this content
Log in

Similar oriya poem from Classics