Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nalini Subudhi

Classics

3  

Nalini Subudhi

Classics

ଆସିଛି ରଜ

ଆସିଛି ରଜ

1 min
145



ବରଷକେ ଥରେ ରଜ ଆସିଛି 

କୁମାରୀ କନ୍ଯାର ଅପୂର୍ବ ସଜରେ ।

ପଲ୍ଲୀରୁ ସୁଭୁଛି ସୁମଧୁର ରଜଗୀତରେ. ।

ଭୁରୁଭୁରୁ ପୋଡପିଠାର ମହକରେ ।


ରଜ ଆସିଛି

ମସଲା ଯୁକ୍ତ ପୋଡପିଠାର ସୁଗନ୍ଧରେେ. ।

ମା,ହାତତିଆରି ସରୁ ଚକୁଳିରେ

ଏକାଠି ସାଙ୍ଗହୋଇ ଖାଇବାରେ

ସଂନ୍ଧ୍ଯା ବେଳେ ଏକାଠି ରଜ ପାଳିବାରେ. ।


ରଜ ଆସିଛି

ଅବଗୁଣ୍ଠନବତୀର ଲାଜୁଆ ଉତ୍ତରୀରେ. ।

ରଜ ପାନର ନାଲି ନାଲି ରଙ୍ଗରେ. ।

କୁମାରୀ କନ୍ଯାର ଆମ୍ବଗଛରେ ବନ୍ଧା

 ଆକାଶ ଚୁମ୍ବିଲା ଝୁଲାଦୋଳିରେ. ।


ରଜ ଆସିଛି

ଖିଲି ଖିଲି ମନମତାଣିଆ ହସରେ

ପାଦର ଅଳତା ଆଉ ବହଳ ନାଲି 

ଲିପଷ୍ଟିକ୍ ରେ ।

କବରୀର ରଜନୀଗନ୍ଧାରେ. ।

କୁନି କୁନି ଛୋଟ ଝିଅ ମାନଙ୍କ ପାଉଁଜିରେ । 


ରଜ ଆସିଛି

ପ୍ରଥମ ମୌସୁମୀର ରିମ୍ ଝିମ୍ ତାନରେ. ।

ଆକାଶରେ ଭେଳାଭେଳା ବାଦଲରେ

ମୟୁରର ମନମତାଣିଆଁ ନୃତ୍ଯରେ

ବିଜୁଳି କନ୍ଯାର ଚଳଚଞ୍ଚଳ ଗତିରେ. ।


ରଜ ଆସିଛି

ଚଷାଭାଇର ମନ ଖୋଲା ଆତ୍ମତୃପ୍ତିରେ. ।

ତାସ୍ ଆଉ ଲୁଡୁ ଖେଳରେ. ।

ସହରର ବାବୁମାନେ ଗାଁ ମୁହାଁ ହେବାରେ

ଯାତ୍ରା ପାର୍ଟିର ଉଷ୍ମତାରେ. ।


ରଜ ଆସିଛି

ଆମ୍ବ ଆଉ ପଣଷର ବାସ୍ନାରେ

କେତେ ଆନନ୍ଦ ଓ ଉତ୍ସାହରେ. ।

ଭିଜା ମାଟିର ବାସ୍ନାରେ

ଧରିତ୍ରୀର କମନୀୟ ଛବିରେ. ।

ପାଦପରେ ନୂତନ ପତ୍ରର ସମାହାରରେ. ।


ରଜ ଆସିଛି ପୁଣି ଚାଲିଯିବ

ଏହାହିଁ ସମୟର ଗତାନୁଗତିକ ରୀତି

ସମସ୍ତେ ସମୟର ନିୟମରେ ବନ୍ଧା.  

କି ପ୍ରାଣୀ କି ଉଭିଦ ସମସ୍ତେ ସମୟର ଦାସ. ।

ରଜସ୍ବଳା ବସୁମତୀ ଫୁଲ ଫଳରେ

ହସି ଉଛୁଳି ନବ ଉନ୍ମାଦନାରେ ।



Rate this content
Log in

Similar oriya poem from Classics