STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ବାପା ମୋର ଚଳନ୍ତି ଠାକୁର

ବାପା ମୋର ଚଳନ୍ତି ଠାକୁର

1 min
194


ବାପା ମୋର ଚଳନ୍ତି ଠାକୁର

ବାପା ପବିତ୍ର ଓଙ୍କାର ସ୍ବର

ବାପା ମୋର ଆଲୋକର ଶିଖା

ସ୍ନେହ ଶ୍ରଦ୍ଧା ମମତାରେ ମଖା

ବାପା ମୋ ସାହସ ଦମ୍ଭପଣ

ବୁଦ୍ଧି ବିବେକ ମୋ ଟାଣପଣ

ଆକାଶ ଠୁ ଆହୁରି ସୁନ୍ଦର

ବାପା ଆହୁରି ଉଦାର।


କଥାରେ ନିଅନ୍ତି ବାପା ମନ କିଣି

ସହଜେ ପାରନ୍ତି ଅରୀ ମନକୁ ଜିଣି

ଶିଖାନ୍ତି ସଭିଙ୍କୁ ଜୀଇବାର ସୂତ୍ର

ଚଉଦିଗେ ବିତରନ୍ତି ମମତା ମନ୍ତ୍ର

ବାପା ମୋର ପୂଣ୍ୟ ର ପୂର୍ଣତା

ଆଶିର୍ବାଦ ହୃଦୟେ ସାଇତା

ନିଶ୍ବାସ ର ଅମୃତ ପ୍ରହରୀ

ପ୍ରେରଣାର ଅଶୁଖା ଲହରୀ

ଅସରା ରତ୍ନ ଭଣ୍ଡାର ସେ ହଁ

ମୁକ୍ତା ବିନ୍ଦୁ କରୁଣାର ଝର ।


ଦୟାର ବାରିଧି ସତ୍ୟ ର ସାରଥି

ସେବାରେ ମିଳେଇ ତାଙ୍କୁ ଅପାର ଶାନ୍ତି

ମାନବ ବାଦରେ ଗଭୀର ବିଶ୍ୱାସ

ଦରଦୀ ମଣିଷ ସେ ସବୁରି ନମସ୍ୟ

ବାପା ମୋର କୁସୁମିତ ପଥ

ବାପା ମୋର ପ୍ରାର୍ଥନା ର ଗୀତ

ବାପା ମୋର ସାଧନାର ସ୍ରୋତ

ବାପା ମୋର ସିଦ୍ଧିର ସଂଗୀତ

ଆଦର୍ଶ ର ସେତ ଅବତାର

ପାଦେ ତାଙ୍କ କୋଟି ନମସ୍କାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics