STORYMIRROR

Sangeeta Barik

Abstract

3  

Sangeeta Barik

Abstract

ଜୀବନ

ଜୀବନ

1 min
209

  ଜନମ ପାହାଚେ ପାହୁଣ୍ଡ ପକେଇ

   ଜନ ଆସେ ଧରାପରେ,

କାଳ ଈସାରାରେ ଜୀବନର ଅନ୍ତ

   ହୋଇଥାଏ ମୄତ୍ୟୁଦ୍ଵାରେ

ଆତ୍ମା ଯାଏ ଫେରି ଶରୀରକୁ ଛାଡି

  ମାୟା ମୋହ ମୂଲ୍ୟହୀନ,

ତୋରମୋର ଭାବ ବାସନା ବୈଭବ

  ନିମିଷକେ ହୁଏ ଲୀନ

କୁକର୍ମ ସୁକର୍ମ ହୁଅଇ ଚରଚ୍ଚା

  କାଳକ୍ରମେ ପୁନଃ ମୌନ,

ସମୟ ସାଥିରେ ଅପସରି ଯାଏ

  ଆପଣା ଜୀବନେ ମଗ୍ନ

ଧରମ ନିକିତି ଅଦୄଶ୍ୟେ ତଉଲେ

  ଜୀବନର ପାପ ପୁଣ୍ୟ,

ଭାରି ପଲା ମାତ୍ର ରୁହଇ ତଳକୁ

  ଭୋଗନ୍ତି ଆପଣା ମାନ୍ୟ

ଜନ୍ମ ମୄତ୍ୟୁ ଦୁଇ ଆଦି ଅନ୍ତ ସତ୍ୟ

  ଅସ୍ଥାୟୀ ଜୀବନ ପଥେ,

ଧରାପରେ ଆସେ ହାତ ମୁଠାକରି

  ଫେରି ଯାଏ ମୁକ୍ତ ହସ୍ତେ

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract