STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଜୀବନ

ଜୀବନ

1 min
256


ଜନ୍ମରୁ ଜରା ଯାଏ ଏ ଜୀବନ ଯାତ୍ରା

ମିଶ୍ରିତ ସରବତ ସୁଖ-ଦୁଃଖ ମାତ୍ରା,

ବଞ୍ଚିବାର ବିକଳାମି ମରଣ ମୁହୂର୍ତ୍ତେ

ମନେଭୟ ସଭିଙ୍କର କଣ୍ଟାଫୁଲ ସର୍ତ୍ତେ, 

କିଏ ଏଠି ରଜାପୁଅ ଚଢେ ଘୋଡ଼ାଗାଡ଼ି

ଝିଅଟିଏ ଉପାସରେ ଶୁଏ ମୁହଁ ମାଡ଼ି, 

ଭୁଲ୍ କରିବନି ବୋଲି ଅନେକ କାନ୍ଦନ୍ତି

ପାପ କରି କିଛି ଏଠି ସୁଖରେ ବଞ୍ଚନ୍ତି, 

ଉପବାସ ରହି କହେ ଖାଇସାରିଲିଣି 

ଦୟା ଦରକାର ନାହିଁ ଅଟେ ସ୍ୱାଭିମାନୀ, 

ଅବୁଝା ମନ ଏଠି କିଏ କାହାକୁ ବୁଝିବ

ଲୁହକଥା ଶୁଣି ପରା ସେ ଦାନ୍ତ ଦେଖାଇବ, 

ଆଜି ଅଛି କାଲି ଛାଡ଼ିଯିବ ଏ ନିଶ୍ୱାସ

ପ୍ରକୃତି ମାତା କରୁନି ତା' ପିଲାଙ୍କୁ ବିଶ୍ବାସ, 

ବିଜ୍ଞାନ ର ଜୟଗାନ କାହିଁ ଧରିତ୍ରୀକୁ ଛାଡ଼ି

ଭୁତାଣୁର ଆକ୍ରମଣେ ଜନତା ପକାଏ ରଡ଼ି,

ମାଟି, ପାଣି, ପବନ ଓ ମଣିଷ ବିଷାକ୍ତ

ଜନନୀ ପାଇଁ ଶିଥିଳ ଏଠି ସଭିଙ୍କ ରକତ,

ଜୀବନ ଥିଲେ ତ ତୁମେ ଦେଖିବ ସପନ

ପ୍ରାଣ ଛାଡ଼ିଗଲା ପରେ ଆଉ କି ସମ୍ମାନ, 

ଯେତେ ବୁଝାଉଛି ମା' ବୁଝୁନି ଜନତା ପୁତ୍ର

ପିଲାବେଳେ ପଢିଛେ ସମସ୍ତେ ଗଛ ଆମ ମିତ୍ର, 

ହାହାକାର ଚାରିଆଡ଼େ ଟିକେ ଅମ୍ଳଜାନ ପାଇଁ

ଅଭାବ ସ୍ଥାନର ଶବ ପୋଡ଼ିବାକୁ ଜାଗା ନାହିଁ,

ଏହାଠାରୁ ଆଉ ବଡ଼ ପ୍ରଳୟ କ'ଣ ହେବ

କଳକୀ ଅବତାର 'କୋରୋନା' ଖଣ୍ତା ବୁଲାଇବ,

ବୁଝି ଅବୁଝା ସବୁ ଆମେ ଜ୍ଞାନୀ ଗୁଣି ଲୋକ

ଖାଦ୍ୟ ନପାଇଲେ ବୁଝିବ କ'ଣ ଯେ ଭୋକ, 

ଈଶ୍ବର କିଏ କି ସେ ତ ଏହି ଜଗତଜନନୀ

ମୁରୁଖ ହୋଇଲେ ବିନାଶ ହୋଇବ ଅବନୀ, 

ତଥାପି ହେ ଚିରନ୍ତନ ଜଗତ ବ୍ରହ୍ମାଣ୍ତ ଈଶ୍ବର

ଆଉଥରେ ସୁଯୋଗ ଦିଅ ମଣିଷକୁ ବଞ୍ଚିବାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract