STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ଜୀବନ

ଜୀବନ

1 min
190

ଜୀବନ, ଲମ୍ବା ରାସ୍ତାଟିଏ ନୁହଁ

ଏଇ ଅଛି ଏଇ ନାହିଁ

ଏବେ ଏବେ ଓହ୍ଲେଇଛି

ନେବାପାଇଁ ଟିକିଏ ନିଶ୍ବାସ

ଜୀଇଁବାର ବିଶ୍ବାସରେ

ଥିଲା ଗୃହବନ୍ଦୀ,

ମୁହେଁ ତୁଣ୍ଡିବାନ୍ଧି,

ଅଦୃଶ୍ଯ ଶକ୍ତିର କବଳରେ

କବଳିତ କରୋନା ଫାଶରେ,

ତଥାପି,

ତଥାପି ମୁକୁଳି ନାହିଁ

ହାଇପାଇ ହୁଏ

ସତେ କ'ଣ କୋଭାକ୍ସିନ୍

ସାଜିବ ତା' ରକ୍ଷାର କବଚ ?


ଜୀବନ---

ଜୀବନ, କୁଆଁ କୁଆଁ ରାବ ଠାରୁ

ଥନ୍ତଲ ପେଟ ଯାଏ

ମାଗୁଛି ପ୍ରତି ମୁହୂର୍ତ୍ତରେ

ଦିଅ କିଛି ଖାଇବାକୁ

ଦିଅ କିଛି ସଞ୍ଚିବାକୁ,

ଅନ୍ଧାର ଭବିଷ୍ଯ ପାଇଁ

ଲୋଭାଗ୍ରସ୍ତ ପରିସୀମା ଡେଇଁ

ଆଉଟୁ ପାଉଟୁ ହେଉଥିବା

କେତୋଟି ବର୍ଷର ଆୟୁଷକୁ ,,


ଜୀବନ----

ଜୀବନ,ଗାଧୋଉଛି

ନିଦାଘର ଝାଞ୍ଜି ପବନରେ,

ଧୁ ଧୁ ଶବ୍ଦରେ

ବର୍ଷାର କାଦୁଅ ପାଣିରେ

ଶୀତର ହାଡଥରା ଶିଶିରରେ

ବସନ୍ତର ମୃଦୁ ମଳୟରେ,

ତଥାପି,

ତଥାପି ବିତସ୍ପୃହ

ମାନବୀୟ କୋଣେ

ତେରଛା ଚାହାଣୀରେ

ଆପଣାକୁ ବଡ କହି

ପରଖେ ଏ କୋଣେ ସେ କୋଣେ

ଅହଂ ଭବ

ସ୍ବୟଂ ଭବ

ଭାବନାକୁ ନେଇ,

ବୁଝିବି ପାରେନା

ଏ ପିଣ୍ଡର ଗଣିତ

ଆଜି ଅଛି କାଲି ନାହିଁ ।


ଜୀବନ---

ଜୀବନ,ଭୂମିରୁ ଭୂମା ଯାଏ

ମନରୁ ସ୍ବପ୍ନ ଯାଏ

ପ୍ରେମରୁ ପ୍ରତାରଣା ଯାଏ

ଦୁଃଖରୁ ଦୁର୍ଦ୍ଦିନ ଯାଏ

ଲଥ୍ କରି ଶୋଇଅଛି

ଦୁଇ ନିଆଁ ପାଇଁ

ପାଣି,ପବନ କୋଳେଇ

ଆତ୍ମାରୁ ପରମାତ୍ମା ଯାଏ

ଛଅ ଋତୁ ବାରମାସ ନେଇ

ଜଳୁଛି, ଜାଳୁଛି,

ଫେରିବାର 'ଜୁ' ନାହିଁ,

ଅନ୍ତଃଫାଡି ଜନ୍ମ ନେଲା ଦିନୁ,

କାଶୁଛି,କଷୁଛି

ପେଟ ଚାଖଣ୍ଡକ ପାଇଁ

ଅଛିଣ୍ଡା ଭଗ୍ନାଂଶ

ସତେ କ'ଣ ପାଇବ ସେ 

ପୂର୍ଣ୍ଣ ଭାଗଶେଷ ???


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy