ଜୀବନ ଯାତ୍ରା
ଜୀବନ ଯାତ୍ରା
ଜୀବନର ମାନେ ନୁହେଁ ଖାଲି ଜିଇ ଯିବା ,
କିବା ଅବା ବସି ବସି କିଛି ସପନ ଦେଖିବା ।
ଜୀବନ ତ କର୍ମ କ୍ଷେତ୍ର ସମୟ ତା ରଥ,
କର୍ମ ବଳେ ସେ ରଥ ଗଡେ ଦେଖି ତା ପଥ ।
ଜନ୍ମ ହୋଇ କାୟା ନେଇ କର୍ମ ଯେ କରେ ,
କର୍ମାନୁସାରେ କର୍ମ କ୍ଷେତ୍ରେ ଜିତେ କି ହାରେ ।
କର୍ମ ର ସାଥି ଧର୍ମ ଓ ଚିନ୍ତନ ,
ଚେତନା ତା ଅସ୍ତ୍ର ଅଟେ କରାଏ ସ୍ମରଣ ।
ସୁକର୍ମ ସୁଚିନ୍ତନ ପ୍ରାପ୍ତ ହୁଏ ସତସଂଗୀ ବଳେ,
ତେବେ ତ ଚେତନା ଜାଗ୍ରତ ରହେ ସଦା ବେଳେ ।
ଯୁଝି ବାକୁ ହୁଏ କେବେ ଦୁଃଖ ଓ ଯାତନା ସଙ୍ଗେ,
ଚେତନା ଓ ଚିନ୍ତନ ମିଶି ସେ ସବୁର ଚକ୍ରବ୍ୟୁହ ଭାଙ୍ଗେ।
ବାଲ୍ୟ କାଳ କୈଶୋର ଯୁବା ଓ ବାର୍ଦ୍ଧକ୍ୟ ,
ଏ ସବୁ ତ ସମୟ ରଥ ର ଅଟେ ଏକ ଏକ ଚକ ।
ସବୁ ଲୀଳା ଖେଳା ଏଠି ପଞ୍ଜିକୃତ ହୁଏ,
ତେଣୁ ସେ ସବୁକୁ ଜଗି ରଖି କରିବାକୁ ହୁଏ ।
କର୍ମ କ୍ଷେତ୍ରେ କେବେ ଭେଟ ହୁଏ ମରୀଚିକା ,
ସତର୍କ ରହିଲେ ତା ପ୍ରକୋପ ପଡ଼ିଯାଏ ଫିକା ।
ଏବେ ବି ଆମେ ଅଛେ ସମୟ ରଥରେ ,
କରୁଛେ ଯୁଜୁଛେ କର୍ମ କ୍ଷେତ୍ରେ ଆମ କର୍ମ ବଳେ।
ବେଦନା ଯେ ଏକ ଅନୁଭୂତି ,
ସଦା ସ୍ମୃତି ରଖେ ତାକୁ ସାଇତି ।
ଯନ୍ତ୍ରଣା ତା ଏକ ଅଂଶ ବେଦନାର ,
କେବେ ହୁଏ ନିଷ୍ଠୁର ତ କେବେ ସେ ମଧୁର ।
ଅତୀତ ର ସଙ୍ଗେ ମଜା ହଜିବାର ,
ଅଟେ ସେ ମନ୍ଥନ କିଛି ସ୍ମୃତିର ।
ମନ ଏକ ସୁନ୍ଦର ସୀମାହୀନ ଉଦ୍ୟାନ ,
ଏକାନ୍ତ ସେ ଅତି ଆପଣାର ଦିଏ ସବୁ ସ୍ମୃତି କୁ ସ୍ଥାନ ।
ବିତି ଥିବା ଦିନ କିଛି ତିକ୍ତ କିଛି ମଧୁର ,
କିନ୍ତୁ ସତ୍ୟ ସେ ଅମୁଲ୍ୟ ଓ ଅତି ଆପଣାର ।
ସମୟ ଯେ ସ୍ମୃତି ର ବାହକ ,
ଆମେ ସବୁ ଶରୀର ଯାନ ର ଚାଳକ ।
ତେଣୁ ବେଳ ଥାଉଁ ସଜାଗ ରହିବା,
ମିଠା ମିଠା ସ୍ମୃତି ରଚି ମନେ ସାଇତି ରଖିବା ।
ପାଇଛେ ଜୀବନ କରୁଛେ ଆମେ ଯାତ୍ରା ,
ଧର୍ମକୁ ସାକ୍ଷୀ ରଖି କର୍ମ କରୁ ମାପି ହୁଏନି ତା ମାତ୍ରା ।
ଜୀବନ ଯାତ୍ରାରେ ଜନ୍ମ ଠାରୁ ମୃତ୍ୟୁର ଶେଷ ଯାତ୍ରା ଯାଏ ,
କର୍ମ ହିଁ ଆମ ରଥ ,ସମୟ ସଦା ତ ବାଟ କଢାଏ ।
ଧର୍ମ ଅଧର୍ମ ସତ୍ୟ ଅସତ୍ୟ କର୍ତ୍ତବ୍ୟ ସାରଥୀ ହୁଅନ୍ତି ,
ଯେଝା କର୍ମ ବଳେ ସର୍ବେ ନିଜ ସାରଥୀ ବାଛନ୍ତି ।
କର୍ମବଳେ ରଥେ ଆମକୁ ସାରଥୀ ବାଛିବାକୁ ହେବ ,
ଦୁର୍ଲଭ ଏ ଜୀବନ ଯାତ୍ରାକୁ ସମ୍ପୂର୍ଣ କରିବାକୁ ହେବ ।।