ଜୀବନ ଯାତ୍ରା
ଜୀବନ ଯାତ୍ରା
ଜୀବନ ଯାତ୍ରା ନୁହେଁ ଏକ ବାଲିଘର
ସିଏ ଅଟେ ଜୀବ ଜୀବିକାର ପାଇଁ,
ଏକା ଏକା ଏଠି ସଭିଏଁ ଚାଲନ୍ତି
ନିଜ ନିଜର ଲକ୍ଷକୁ ଖାଲି ଚାହିଁ ।
ଚଲା ପଥ ନୁହେଁ କୁସୁମିତ ଏଠି
ଦେଖି ରଖି ସଦା ଚାଲିବାକୁ ହୁଏ ,
ନୋହିଲେ ପାଦ ଲାଖିଯିବ ଏଠି ବନ୍ଧୁ
କହିବ ତେବେ ,ଠୋକର ମାଇଲା କିଏ ?
ଯେତେ ଯେତେ କର୍ମ କରିବ ଏଠାରେ
ସବୁର ହିସାବ ରଖିବ ସେହି ଜଣେ ,
ଭାବି ଚିନ୍ତି ସବୁ କର୍ମ କରିଯିବୁ
ଫଳ ପାଇବୁ ତେବେ ସେହି ସମାନେ ।
ଧର୍ମକୁ ଆଦରି ,ସତ୍ୟକୁ ସାଥି କରି
ସବୁ ଦୁଃଖ କଷ୍ଟ ସହି ଯିବୁ ,
ମନ ଆଶାପକ୍ଷୀ କୁ ବାନ୍ଧି ରଖିଥିବୁ
କାତର ହୋଇ କିଛି ଭୁଲି ନଯିବୁ ।
ପାପ କର୍ମ ଠାରୁ ଦୂରରେ ରହିବୁ
କରି ଦେବ ସିଏ ବୁଦ୍ଧି ବଣା,
ମରୀଚିକା ସମ ଆଖିକୁ ଦିଶିବ ସିଏ
ତାକୁ ସବୁ ପାଠ ଅଛି ଜଣା ।
ଯଦି କେବେ ଭାବିବୁ ପିଲାଖେଳ ବୋଲି
ପଥରେ ରହିଛି ଖାଲି ଚଲା ପାଣି ,
ଅଧର୍ମ କୁକର୍ମକୁ କାଗଜର ଡଙ୍ଗା ଭାବି
ଡୁବିଯିବୁ ସିନା ,ନରହିବ ତୋର ଠାଣି ।
ତେବେ ଅନୁତାପ ଅଗ୍ନିରେ ଜଳିଯିବୁ ସିନା
କରିଦେବ ତୋର ଜୀବନ ଯାତ୍ରା ଶେଷ ,
ଅଧା ବାଟରେ ଅଟକି ତୁ ରହିବୁ
ପାଦ ବାନ୍ଧି ଦେବ ମାୟାର ଫାସ ।
ଶେଷେ ଯେବେ ଯାଇ ହିସାବ ଦେବୁ
ପାଟି ମାରିବ ତୋର ଖାଲି ଖନି,
କହିବାକୁ କିଛି ବାକି ରହିବନି ସେବେ
ଆତ୍ମା ହେବ ତୋର ଖାଲି ଛିନଭିନ ।
ଜୀବନ ଯାତ୍ରାର ଏହି ଭଵ ସାଗରରେ
ପାରି ହେବୁ କର୍ମ ଡଙ୍ଗାରେ ବସି ,
କାଗଜର ଡଙ୍ଗା ଭାବି ବସିଯିବୁ ଯେବେ
ଡୁବିଯିବ ସିଏ ,ପ୍ରାଣ ଯିବ ତୋର ଖସି ।