ଜୀବନ ତଟିନୀ
ଜୀବନ ତଟିନୀ
ଜୀବନଟା ଏକ ପ୍ରବହନ୍ତୀ ନଈ
ଅବିଶ୍ରାନ୍ତେତ ବହୁଥାଇ
ବହିଯାଏ ସେତ ବିଲ ବଣ ଶିଳା
ବନ୍ଧୁର ପାହାଡ ଡେଇଁ ||
ଜଈ ବହିଯିବା ସମୟେ ଅଜଣା
କାହାକୁ ଭେଟିବ ବାଟେ
କିଏ ମିଶିଯିବ ତା ସହିତ ଆସି
କିଏ ଛାଡିଯିବ ବାଟେ ||
କିଏ ଢାଳିଦିଏ ଜଳରାଶି ଆଣି
ଜିଏ ବୋହି ନିଏ ପାଣି
ପିଇଯାଏ ନୀର ପୀୟୁଷ ସରସ
ଯିଏ ଦେଖାହୁଏ ପୁଣି||
ମଣିଷ ସେମିତି ଜନମ ସମୟେ
ଥାଏ ପୂରା ଅନଭିଜ୍ଞ
ଜୀବନ ଯାତ୍ରାର ପଥରେ ଅନେକ
ଜନେ ଭେଟି ହୁଏ ବିଜ୍ଞ ||
ରକତ ସମ୍ପର୍କ ଥାଉ କି ନ ଥାଉ
କେତେ କେତେ ଜନେ ଆସି
ବାଣ୍ଟି ଦେଇ ଯା'ନ୍ତି ପ୍ରୀତିର ପୀୟୂଷ
ତାହାର କତିକୁ ଆସି ||
ଜନ ସମାଜର ଅଜଣା ଅଶୁଣା
ଲୋକଙ୍କ ସଂସ୍ପର୍ଶେ ଆସି
ବାନ୍ଧି ହୋଇଯାଏ ମମତା ଡୋରୀରେ
କାଳ ବଳେ ଯାଏ ଖସି ||
ଉପନଦୀ ସମ କେତେ ଲୋକ ଆସି
ସମ୍ପର୍କରେ ବନ୍ଧା ହୋଇ
ସାଗର ସଙ୍ଗମ ହୋଇବା ଆଗରୁ
ଚାଲି ଯା'ନ୍ତି ଶାଖା ହୋଇ||