STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଜୀବନ ଟି ଏକଜଟିଳ ଗଣିତ

ଜୀବନ ଟି ଏକଜଟିଳ ଗଣିତ

1 min
338


ମାନବ ଜୀବନ ଚାରିସୂତ୍ରେ ଛନ୍ଦା

ଜଟିଳ ଗଣିତ ଟିଏ,

ଆୟୁଷ ଟି ଏଠି ଦିନ ପରେ ଦିନ

ଫେଡ଼ା ହୋଇ ଯାଉଥାଏ l

ଏନ୍ତୁଡ଼ି ଶାଳ ରୁ ଜୀବନ ଆରମ୍ଭ

ଜୁଇ ନିଆଁ ପରେ ଶେଷ,

ମଝି ସମୟ ଟି ଭୋଗିବାକୁ ପଡେ

କର୍ମ ଫଳ ଅବଶେଷ l

ଜଟିଳ ଗଣିତେ ଚାରି ସୂତ୍ର ଯେହ୍ନେ

ଏକ ସାଥ ହୁଏଲୋଡ଼ା,

ଜୀବନ ସେପରି ଚାରି ସୂତ୍ର ମିଶା

ଅଦୃଶ୍ୟ ଡୋରିରେ ଭିଡା l

ଦାନ ପୁଣ୍ୟ ଯଦି କରିବ ଜୀବନେ

ପୁଣ୍ୟ ଫଳ ବଢୁଥିବ,

ପାପ କର୍ମକଲେ ପାପ ବଢୁଥାଏ

ତା ଫଳ ନିଶ୍ଚେ ଭୋଗିବ l

ପ୍ରାରବ୍ଧ କର୍ମର କ୍ରମିକ ବିୟୋଗ

ଲାଗିଥାଏ ଜୀବନରେ,

ଶୂନ ହୋଇଗଲେ କର୍ମ ଫଳ ଭୋଗ

ଜୀବନ ଟି ଆମ ସରେ l

ଜୀବନରେ ଦୁଃଖ ଆସୁ ଯେତେ ପଛେ

ସେଥିପାଇଁ ଚିନ୍ତା ନାହିଁ,

ପ୍ରଭୁ ନାମ ଜପି ଦୁଃଖ ଭୋଗିଯିବା

କଲା କର୍ମ ଆମ ସେହି l

ନିଜ ସ୍ୱାର୍ଥ ତେଜି ପର ପାଇଁ କିଛି

କରିଯାଅ ଜୀବନରେ,

ଦୁଃଖୀ ରଙ୍କୀଙ୍କର ଲୁହପୋଛିଦେଲେ

ପୁଣ୍ୟ ର ମାତ୍ରା ଟି ଭରେ l

ପୁଣ୍ୟ କର୍ମ କରି ପୁଣ୍ୟଭାଗ ଯୋଡି 

ପାପକୁ ବିୟୋଗ କରି,

ପ୍ରଭୁଙ୍କ ନାମକୁ ମନେ ମନେ ଧ୍ୟାୟୀ

ଏଜୀବନୁ ହେବା ପାରି ll



Rate this content
Log in

Similar oriya poem from Inspirational