STORYMIRROR

Sukadev Mahanta

Drama

3  

Sukadev Mahanta

Drama

ଜୀବନ ତରୀ ଭାସି ଯାଆ

ଜୀବନ ତରୀ ଭାସି ଯାଆ

1 min
241

ଯା' ଯାଆରେ ଭାସି ଭାସିଯାଆ 

           ଜୀବନ ତରୀ ଭାସି ଯାଆ

ଭବ ପାରାବାର ଢେଉରେ ତୁହି

           ନାଚି ନାଚିକା ଭାସି ଯାଆ।।

ପୁଅ ରହୁଛି ଦୂର ବିଦେଶେ

         ଝିଅକୁ ଦେଇ ଦେଲି ବାହା

ମୁନା ବୋଉ'ଲୋ

     କେଡେ ନିରିଦୟ ସମୟ ଆହା

   ବଞ୍ଚିବାର ଲାଗି  ଖୋଜୁଛି ରାହା ।।

ଯାଆ ଯାଆରେ

ମୁନା ବାପା ହେ ଶୁଣିଯାଆ

      ମନ ଉଣା ତୁମେ କରନା

ତୁମେ ଆମର ଜୀବନ ତରୀ

        ନାଉରୀଟେ ହୋଇ ବାହୁଥାଆ ।।

ମୁନା ଦେଇଛି ବାରତା

      ଭଲ ପଢୁଛି ନାତି ଟୋକା

  ବଡ ନାତୁଣୀ ପାଇଁ କହିଛି

         ଭଲ ଜୋଇଁଟେ ଖୋଜୁଥାଆ

ମୁନା ବୋଉ ଲୋ 

     କେଡେ ବେଗେ ଧାଏଁ ସମୟ ଆହା

        ଦ୍ରୁତବେଗେ ଚଳେ ଜୀବନ ନାଆ ।।

ମୁନା ବାପା ହେ ଶୁଣିଯାଆ

      ନାତୁଣୀଟା ହୁଏ ଛାନିଆଁ

     ବୋହୂ ଖୋଜୁଛି ଡାକ୍ତର ଜୋଇଁ

       ପୁଅ ଖୋଜେ ଘର ଜୋଇଁଆଁ ।।

ଯାଆ ଯାଆରେ

 ମୁନା ବୋଉଲୋ

     ମନେ ପଡୁଛି ମୋ ତୁମ କଥା

 ବାପା ତୁମର ଗୁଣୀ ଖୋଜୁଥିଲେ

      ମାଆ ଖୋଜୁଥିଲେ ଚାକିରିଆ ।।

ମୁନା ବୋଉ ତୁମେ ଶୁଣିଯାଆ

      ମନେ ପଡୁଛି ମୋର ଯାହା

ତୁମ ବାପା ବୋଉ ଯାହା ବାଛୁଥିଲେ

      ନାପସନ୍ଦ କରୁଥିଲ ତାହା ,

ମୁନା ବାପାହେ ଶୁଣିଯାଆ

      ତୁମେ ଥିଲ ମନ ରସିଆ

ମୋ କୁମାରୀ ମନ ଚୋରି କରିନେଇ

       ସାଜିଥିଲ ମନରସିଆ

ମୁନା ବାପାହେ ଶୁଣିଯା

    ତୁମକୁ ଛାଡି ଅନ୍ୟ କାହାକୁ

      ମୋତେ ଭଲ ଲାଗୁ ନଥିଲା,

ଯାଆ ଯାଆରେ ଭାସି ଭାସି ଯାଆ

     ଜୀବନ ତରୀ ଭାସିଯାଆ

ଭବ ପାରାବାରେ ସମୟ ସ୍ରୋତେ

    ନାଚି ନାଚିକା ଭାସିଯାଆ ।।

ମୁନା ବୋଉଲୋ ଶୁଣିଯାଆ

    ମୋ ମନକୁ ଆସେ ଆଇଡିଆ

ନାତୁଣୀକୁ ଥରେ ପଚାରି ଦେବା

        କିଏ ତାର ମନ ରସିଆ ।।

ମୁନା ବାପା ହେ ଶୁଣି ଯାଆ

     ତୁମେ କହିଲ ମୋ ମନ କଥା

ନାତୁଣୀ ମନ ଯାହା ପାଖରେ

       ସେଇଠି ତାକୁ ଦେବା ବାହା 

ଯାଆ ଯାଆରେ ଭାସି ଭାସି ଯାଆ

      ଜୀବନ ତରୀ ଭାସିଯାଆ

ଭବ ସାଗରେ ସମୟ ସାଥେ

      ନାଚି ନାଚିକା ଭାସିଯାଆ ।।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama