STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଜୀବନ ଷ୍ଟୋରୀ

ଜୀବନ ଷ୍ଟୋରୀ

1 min
7

କବିତା - ଜୀବନ ଷ୍ଟୋରୀ
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୮-୨୦୨୫
 ++++++++++++++++
 ଖରା ଛାଇ ଖେଳ ହିଁ ଜୀବନ ଡୋରୀ
ସାଙ୍ଗ ସାଥି ମେଳ ହିଁ ଜୀବନ ଡୋରୀ

 ଆଚାର ବିଚାର ସଂସ୍କାର ହିଁ ଜୀବନ ଡୋରୀ
 ଚିନ୍ତନ ମନନ ଲିଖନ ହିଁ ଜୀବନ ଡୋରୀ

 ସମସ୍ୟାର ସୁଷମ ସମାଧାନ ହିଁ ଜୀବନ ଡୋରୀ
ଜଞ୍ଜାଳ ଜଳରେ ଅବଗାହନ ହିଁ ଜୀବନ ଡୋରୀ

 ପଠନ ପାଠନ ମନନ କଥନ ହିଁ ଜୀବନ ଡୋରୀ
 ସୃଜନ କୂଜନ ମନୋରଞ୍ଜନ ହିଁ ଜୀବନ ଡୋରୀ

 ବର୍ଷା ବୈଶାଖ ବସନ୍ତ ଋତୁ ହିଁ ଜୀବନ ଡୋରୀ
 ସ୍ନେହ କରୁଣା ପ୍ରେମ ପ୍ରତିଜ୍ଞା ହିଁ ଜୀବନ ଡୋରୀ

 ଅଳପ ସଳପ ଗଳପ ଆଳାପ ହିଁ ଜୀବନ ଡୋରୀ
ସୁନ୍ଦର ମଧୁର ମନୋହର ଛାପ ହିଁ ଜୀବନ ଡୋରୀ

 ରୂପା ଜହ୍ନ ପରି ଚନ୍ଦ୍ରଉଦିଆ ସ୍ମୃତି ହିଁ ଜୀବନ ଡୋରୀ
ଗୀତ ସଂଗୀତ ପରି ଗୁଣୁଗୁଣୁ ପ୍ରୀତି ହିଁ ଜୀବନ ଡୋରୀ

 ସୁନେଲି ରୂପେଲି ସ୍ବପ୍ନ ପ୍ରବଣ ମନ ହିଁ ଜୀବନ ଡୋରୀ
 ଆଶା ଆଶକ୍ତି ସମ୍ଭାବନା ବସତି ହିଁ ଜୀବନ ଡୋରୀ

 ସର୍ବଜନ ହିତାୟ ପରୋପକାର ହିଁ ଜୀବନ ଡୋରୀ
 ତନ ମନ ଧନ ବିଭୁ ପଦ ଚିହ୍ନ ହିଁ ଜୀବନ ଡୋରୀ

 ଆଖି ମୁଦିବା ଆଗରୁ ସମାଜ ପାଇଁ ତ୍ୟାଗ ହିଁ ଜୀବନ ଡୋରୀ
ଚାରି ଦିନର ଜୀବନ ପରେ ଅଲିଭା ଦାଗ ହିଁ ଜୀବନ ଷ୍ଟୋରୀ


Rate this content
Log in

Similar oriya poem from Inspirational