STORYMIRROR

Biswanath Nayak

Classics

3  

Biswanath Nayak

Classics

ଜୀବନ ସ୍ଵପ୍ନ ------

ଜୀବନ ସ୍ଵପ୍ନ ------

1 min
448


ଏତେ ସପନକୁ

ରାତିନାହିଁ କହି

ସପନ ଦେଖିବା ଛାଡନାହିଁ

ସପନରୁ ଖୋଜ

ବଞ୍ଚିବାର ରାହା

ତା ବିନା ଜୀବନ ମରୁଭୂଇଁ

ସପନ ବୁଣଇ

ଆଶାର ଆଲୋକ

ଇନ୍ଦ୍ରଧନୁର ସପ୍ତରଙ୍ଗେ

ସପନବଣିକ

ବାହିପାରେ ନାଆ

ସାଗରର ଉତ୍ତାଳ ତରଙ୍ଗେ

ସପନ ଶିଖାଏ

ରାଗ ଆଶାବରୀ

ଗାଇବାକୁ ଜୀବନ ସଙ୍ଗୀତ

ସପନ ନଥିଲେ

ପ୍ରେମ ଚଇତାଳି

ପାଲଟଇ ନିଦାଘର ବାତ 

ଦିଶାହୀନ ଏକ

ପଥିକର ପାଇଁ

ସପନଟି ଅଟେ ଧ୍ରୁବତାରା

ସପନ ବିହୀନ

ମଣିଷ ପାଇଁକି

ଜୀବନଟା ହୁଏ ଛନ୍ଦହରା 

ସପନଟି ପରା

ଅଟେ ଭବିଷ୍ୟତ

ନିରାଶା ସାଗରେ ଆଶା ସେତୁ

ପ୍ରଗତିର ଚୂଡା

ଛୁଇଁବା ପାଇଁକି

ତାହା ଅଟେ ବିକାଶର ହେତୁ

ସପନୁ ଜନମ

ହୁଅଇ ଉଦ୍ୟମ

ଉଦ୍ୟମୁ ସପନ ହୁଏ ସତ

ଉଦ୍ୟମଟି ଦିଏ

ସପନେ ଜୀବନ

ଜୀବନକୁ କରେ ବିକଶିତ

ଉଦଯୋଗ କର

ସପନ ପାଇଁକି

ଏକରାତି ହେଉ ସାତରାତି

ଗନ୍ଧମାର୍ଦ୍ଦନରୁ

ଆସୁ ଅଉଷଧି

ଜୀବନ ପାଉ ସଉମିତ୍ରୀ

ଆଶାର ସପନେ

ସଜାଅ ଜୀବନ

ନିରାଶାକୁ ସ୍ଥାନ ଦିଅନାହିଁ

ଏତେ ସପନକୁ

ରାତିନାହିଁ କହି

ସପନ ଦେଖିବା ଛାଡନାହିଁ



Rate this content
Log in

Similar oriya poem from Classics