STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଜୀବନ ସଳିତା

ଜୀବନ ସଳିତା

1 min
200

ଜୀବନ କହିଲେ ସଳିତାଟିଏ

ଅହରହ ଜଳୁଥାଏ

ସେଇ ସଳିତାରେ ପ୍ରୀତି ମନ୍ଦାକିନୀ

ନିରନ୍ତର ଝରୁଥାଏ

ସଳିତାର ଶିଖା କେବେ ଉର୍ଦ୍ଧ

କପଟପଶା ନଥାଏ

ସଳିତା ର ଶିଖା ନରମ ଜଳଇ

ମାନବିକତା ମଣିଷପଣିଆ ସିଏ

ସଳିତାର ବାସ୍ନା ଏଡ଼େ ମହମହ

ମମତା ସ୍ନେହ ଉପୁଜାଏ

ସଳିତାର ଧୂଆଁ ଭାରି ମନଛୁଆଁ

ଐଶ୍ଵର୍ଗୀକ ଭାବନା ନିହିତ ଥାଏ

ସଳିତା କେବେ ନିଜେ ଜଳେ ଅବା ଜାଳେ

ସ୍ୱାର୍ଥର ସାରଥୀ ଯଦି କେ ହୁଏ

ଶେଷରେ ସଳିତା ଜଳି ଜଳି ପରା

ମୁଠାଏ ପାଉଁଶ ହୁଏ

ସଳିତା ଅତୀତ ସଳିତା ଭବିଷ୍ୟତ

ଆଜି ହିଁ ନିର୍ଣ୍ଣୟ ହୁଏ

ଜୀବନ ଟା ଯଦି ସଳିତା ହୋଇଲା

ବଂଚିବା ସୁଖ କୋଉଠି ଥାଏ

ବଞ୍ଚୁ ବଞ୍ଚୁ କେବେ ମରିସାରି ଥାଏ

ଏମିତି ବି କେହି କୁହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract