STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜୀବନ ସାଥି

ଜୀବନ ସାଥି

1 min
271

ସେ ଆଣି ଆସିଥିଲା ଆଶା ଆଶଙ୍କାରେ କିଛି ସାଉଁଟା ସପନ କଢ଼ି,

ମୁଁ ବିଶ୍ୱାସର ମୃଦୁ ଆଶ୍ୱାସନା ଦେଇ ଘେନି ଆସିଥିଲି ସାଥେ

ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି। 

ସହବନ୍ଧନରେ ଅନୁବନ୍ଧିତ ଆମେ ଆଶାୟୀ ହୃଦୟ ଯୋଡ଼ି,

କଣ୍ଟକିତ ଅବା ଫୁଲଶେଯ ହେଉ ଚାଲୁଥିବା ଦୁହେଁ ସାଥେ

ମୁଁ ଲେଖୁଥିବି ମୋ ହୃଦ କବିତା ସେ ହସୁଥିବ ପଢି।

ଦୋଷ ଦୁର୍ବଳତା ପଛକୁ ପକାଇ ମାନ ଅଭିମାନ ଛାଡ଼ି,

ସେ ଆଣିଛି ପରା ପ୍ରୀତିର ମଲମ ଅଭିମାନ ଭରା କ୍ଷତେ

ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି।

ତା ଦୁଃଖେ ଲୋତକ ମୋ ଆଖିରୁ ଝରୁ ତା ଓଠେ ହସ ଲହଡ଼ି,

ସେ କହିବ ତାର ଜୀବନ ବାରତା, ଶୁଣୁଥିବି ସମ୍ମୋହିତେ

ସଂସାର ଜାହ୍ନବୀ ଉତ୍ଫୁଲିତ ହେଉ ସୁଧାଧାରା ଆସୁ ମାଡ଼ି।

ଏ ବନ୍ଧନ ନ କରୁ ଚିତ୍ତକୁ ଦୁର୍ବଳ ପଥେ ପଡ଼ୁ ପଛେ ହିମଗିରି,

ଶକ୍ତିର ଏକ ଅନୁଭବ ହୋଇ ସେ ଆଦରିଛି ଏ ମହାବ୍ରତେ

ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି।

ପ୍ରକୃତି ପୁରୁଷ ମହାମିଳନ ଏ ଦୈବୀ ସୂତ୍ରେ ହୁଏ ଯୋଡ଼ି,

ଚିତ୍ତ ସମନ୍ଵୟେ ଚାଲୁଥିଲେ ଧୀରେ ନାବ ବହେ ସନ୍ତୁଳିତେ

ସେ ଆଣି ଆସିଥିଲା ଆଶା ଆଶଙ୍କାରେ କିଛି ସାଉଁଟା ସପନ କଢ଼ି,

ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି।

(ଏହା ଏକ ଭିଲାନେଲ (ଫ୍ରେଞ୍ଚ) ଶୈଳୀର କବିତା)

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract