STORYMIRROR

Prasanta kumar Hota

Classics

2  

Prasanta kumar Hota

Classics

ଜୀବନ ରସରେ ପ୍ରେମ

ଜୀବନ ରସରେ ପ୍ରେମ

1 min
13.6K


ଜୀବନ ରସରେ ପ୍ରେମର କଲ୍ଲୋଳ

କରେ ଯିଏ ସିନା ଜାଣିଛି

ଅପ୍ରେମ ରସରେ ରାଗ ଋଷା ଋପ

ଜୀବନ ଜୀବେଷ ଦେଖୁଛି


ପ୍ରେମର ପରଶ ଶୃଙ୍ଗାରକୁ ସିନା

ଜିହୀର୍ଷୁ ଯୁବକ ଯୁବତୀ

ବାକି ଯେତେ ପ୍ରେମ ଜଗତ କଲ୍ୟାଣ

କହିଲେ କଣାଦ କଟୁକ୍ତି


ପିତାଠାରେ ପ୍ରେମ ପୁତ୍ରର ଭକତି

ପୁତ୍ର ଠାରେ ପ୍ରେମ ପ୍ରତୀତି

ପ୍ରତ୍ୟାଶା ଭକତି ପ୍ରେମ ପ୍ରତ୍ୟର୍ପିତ

ଯଥା ସ୍ଵାନ ମନ ପ୍ରବୃତ୍ତି


ମାତାଠାରେ ପ୍ରେମ ସନ୍ତାନ ସ୍ନେହର

ସନ୍ତାନକୁ ମାତା ମାଧବୀ

ପ୍ରେମର ମାନକ ତୁଟିଯାଏ ଯଦି

ମାନବ ମନେ ମତଲବୀ


ପ୍ରେମ ଏକ ଭାବ ଅନ୍ୟକୁ ପ୍ରକାଶ

ନଦେଖେ ହାନି ଲାଭ କ୍ଷତି

ପ୍ରେମ ଏକ ପୂଜା ପୂଜାରୀ ପ୍ରେମକ

ଆଶ୍ରା ନିର୍ବିକାର ନିବୃତ୍ତି


ବନ୍ଧୁ ବାନ୍ଧବଠୁ ଭାଇ ଭଗ୍ନୀ ଆଦି

ସଚରାଚର ଏ ଜଗତ

ପ୍ରେମ ପରିବୃତ୍ତ ନିସ୍ଵାର୍ଥ ସେବିତ

ପ୍ରେମରେ ପିୟୁଷ ପୁରିତ


ଦୁଇ ଦିନ ଅଟେ ଅଳିକ ଜୀବନ

ପ୍ରେମରେ ବାନ୍ଧିବା ଜଗତ

ପ୍ରେମ ନୁହେଁ ଧନ ପ୍ରେମ ଏକ ଧାମ

ପ୍ରେମ ଦିଏ ମାନ ମ଼ହତ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics