STORYMIRROR

samhita jena

Inspirational

4  

samhita jena

Inspirational

ଜୀବନ ନଦୀର ତୀରେ

ଜୀବନ ନଦୀର ତୀରେ

1 min
899

ଜୀବନ ନଦୀର ତୀରେ ବସି ଯେବେ

    ଦେଖେ ସରଗର ଶଶୀ

କେବେ ଲୁଚିଯାଏ ବାଦଲ କୋଳରେ 

    କେବେ ଟିକେ ଦିଏ ହସି।


ଝିଲିମିଲି ତାରା ଖିଲିଖିଲି ହସି

    ଚୁପି ଚୁପି କାନେ କହେ

ପତନ ବନ୍ଧୁର ଜୀବନର ରାସ୍ତା

    କେବେ ସମତୁଲ ନୁହେଁ।


ଝୁଣ୍ଟି ପଡିଲେ ବି ଆହତ ମନରେ

     ଚାଲିବାକୁ ଏଠି ହୁଏ

ଦରଦ ତ ଥାଏ ଦରଦୀ ନ ଥାନ୍ତି

     ସ୍ୱାର୍ଥର ଦୁନିଆ କହେ।


ଜୀବନର ପାତ୍ର ଶୂନ୍ୟ ହୋଇଯାଏ

     ବାଣ୍ଟି ସେନେହ ମମତା

କେବେ କାହାଠାରୁ ମିଳେନି ପଦିଏ

     ଶୁଣିବାକୁ ମିଠା କଥା।


ସମବେଦନାର ସ୍ୱର ଏଠି କ୍ଷୀଣ

     ଜଞ୍ଜାଳରେ ହୁଏ ଛନ୍ଦି

ପରିବାର ଏଠି ଗଢିବାକୁ ହୁଏ

     ସେନେହ ଡୋରିରେ ବାନ୍ଧି।


ସବୁ ଜାଣିଥିବା ମଣିଷ ଟା ଏଠି

     ହୁଏ ଖାଲି ଲୋକହସା

ଛଳନାର ମୁଖା ଦେଖି ସଙ୍କିଯାଏ

     ପାଏ ନାହିଁ ତା ଭରଷା।


ସମୟ ସାଥିରେ ବିତି ତ ଗଲାଣି

     ଏଠି ଅନେକ ଫଗୁଣ

ମନ ପରଖୁଛି ମଣିଷକୁ ଏଠି

      ଦେଖି ଭଲ ମନ୍ଦ ଗୁଣ।


ଜୀବନର ରଙ୍ଗ ଭରି ପସରାରେ

      ସମୟର ଅପେକ୍ଷାରେ

ମନେ ମନେ ବସି ଭାବେ କେତେ କଥା

      ଜୀବନ ନଦୀର ତୀରେ।


Rate this content
Log in

Similar oriya poem from Inspirational