ଜୀବନ ନାୟକ
ଜୀବନ ନାୟକ
ଅନୁଭୂତି ହୋଇ ବରଷି ଯାଇଛ,
ଜୀବନ ଆକାଶ ତଳେ.
ଆହେ ପରଂବ୍ରହ୍ମ କରୁଣା ବାରିଧି,
ନିନ୍ଦିବି କି କାଳେ କାଳେ.l
ତୁମେ ପିତା ତୁମେ ମାତା ସଖା ଭ୍ରାତା,
ତୁମେ ସ୍ୱାମୀ ତୁମେ ପୁତ୍ର,
ତୁମେ ମହାଗୁରୁ ଆହେ କଳ୍ପତରୁ,
ତୁମେ ମୋ ଜୀବନ ମନ୍ତ୍ର. I
ଆବୋରି ବସିଛ ପଞ୍ଚ ମହାଭୂତ,
ପ୍ରଭୁ ତୁମେ ମହା ସିନ୍ଧୁ.
ପ୍ରାଣର ପ୍ରତିମ ପ୍ରାଣରେ ରହିଛ,
ତୁମେ ହିଁ ତ ଆତ୍ମା ବିନ୍ଦୁ l
ଯାହା ମୁଁ କରୁଛି ଯାହା ମୁଁ କରଇ,
ତୁମେ ଅଟ କ୍ରିୟା କର୍ତ୍ତା ,
ସବୁ ଅନୁଭୂତି ଅନୁଭବ ମୋର ,
ଶ୍ରୀ ପାଦେ ସମର୍ପିତ ଭର୍ତ୍ତା ll
