ଜୀବନ ମୃତ୍ୟୁ
ଜୀବନ ମୃତ୍ୟୁ
ଜୀବନ କହିଲା ମୁତ୍ଯୁକୁ
ଲୋକେ କରନ୍ତି ମୋତେ ଆଦର
ହେଲେ ତୁ ତ ହତାଦର ର ଶିକାର,
ରଂଗ ବିରଂଗ ରେ ମୁହିଁ ଯେ ଭରା,
ତୁତ ରଂଗହୀନତାର ଶିକାର,
ମୁହଁ ଲୁହ ଦେଲେ ବି ଦିଏ ଖୁସି,
ଲୋକନ୍କୁ ସବୁ ଦେବାରେ,
ମୁଁ ଯେ ଧୁରନ୍ଧର,
ତୁ ତ ଛଡେଇ ନବାକୁ କରିଛୁ ଆସର,
ମୁଁ ଯୋଡିଥାଏ କେତେ ସଂପର୍କ,
ତୁ ସବୁକିଛି ଭାନ୍ଗିଦଉ ସଭିଙ୍କ।
ମୁତ୍ଯୁ କହିଲା ହସିହସି,
ନେଇ ଆସେ ମୁଁ ନିମିଷେ ଆୟୁଷ,
ନେଇ ଆସେ ଚିରନ୍ତନ ସତ୍ଯ,
ମିଛ ଦେଇଥାଏ ଖୁସି,
ନିରାଟ ସତ୍ଯ ତ ଅପ୍ରିୟ ବେଶି,
ବେଶି କିଛି ମୁଁ କହିବି ନାହିଁ,
ଜୀବନ ମିଛ ଓ ମ୍ରୁତ୍ୟୁ ସତ୍ଯ,
ମନେ ରଖିଥା ତୁହି।
