ଜୀବନ ମରଣ
ଜୀବନ ମରଣ
ଆଜିକାଲି ମରି ମରି ଜିଇଁବା
ହେଇଗଲାଣି ଗୋଟେ ମହାମାରୀ ପରମ୍ପରା
ହସି ହସି କାନ୍ଦିବା
ଆଉ କାନ୍ଦି କାନ୍ଦି ହସିବାରେ
ହେଲେଣି ସଭିଏଁ ଅଭ୍ୟସ୍ତ
ଆଉ ନିଖୁଣ ବି
ଛାତି ତଳେ କୋହକୁ ଦଳି ଚକଟି ଦେଇ
ମନର ସବୁ ନିରୀହ ଭାବନାକୁ ଜାଣିଶୁଣି ହତ୍ୟାକାରୀ
ଆଖିଲୁହକୁ ଓଦା କାନିରେ ପୋଛିବା
କେତେ ସହଜ ହେଲାଣି ଆଜିକାଲି
ଆକାଶକୁ ଛୁଇଁବାର ସପନ
ଶାଗୁଣା ହୋଇ ମହାକାଶରେ ଉଡିବାର ନିଶା
କୁଆଡେ ମଉଳି ଗଲାଣି
ବିବେକର ଅଵିଵେକୀ ହୋଇ
ବିଶ୍ୱାସଘାତକ ସାଜିବାର ଅନୁଭୂତି ବେଶ ନିଆରା
ଛାତିକୁ ପଥର କରି
ଆଖି ଲୁହକୁ ପାଣି ଭାବି
ଘାଣ୍ଟି ପକାଇ ମାରୁଥିବା ସବୁ ଦରଜକୁ
ଦେହର କୋଉ ଗୋଟେ ନିର୍ଜନ କୋଠରୀରେ ଭର୍ତ୍ତିକରି
ଓଠରେ ମୁରୁକି ହସିବାଟା
ହେଲାଣି ସତେ ନିହାତି ଜରୁରୀ
