STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜୀବନ ମରଣ

ଜୀବନ ମରଣ

1 min
356

ଆଜିକାଲି ମରି ମରି ଜିଇଁବା

ହେଇଗଲାଣି ଗୋଟେ ମହାମାରୀ ପରମ୍ପରା

ହସି ହସି କାନ୍ଦିବା

ଆଉ କାନ୍ଦି କାନ୍ଦି ହସିବାରେ

ହେଲେଣି ସଭିଏଁ ଅଭ୍ୟସ୍ତ

ଆଉ ନିଖୁଣ ବି

ଛାତି ତଳେ କୋହକୁ ଦଳି ଚକଟି ଦେଇ

ମନର ସବୁ ନିରୀହ ଭାବନାକୁ ଜାଣିଶୁଣି ହତ୍ୟାକାରୀ

ଆଖିଲୁହକୁ ଓଦା କାନିରେ ପୋଛିବା

କେତେ ସହଜ ହେଲାଣି ଆଜିକାଲି

ଆକାଶକୁ ଛୁଇଁବାର ସପନ

ଶାଗୁଣା ହୋଇ ମହାକାଶରେ ଉଡିବାର ନିଶା

କୁଆଡେ ମଉଳି ଗଲାଣି

ବିବେକର ଅଵିଵେକୀ ହୋଇ

ବିଶ୍ୱାସଘାତକ ସାଜିବାର ଅନୁଭୂତି ବେଶ ନିଆରା

ଛାତିକୁ ପଥର କରି

ଆଖି ଲୁହକୁ ପାଣି ଭାବି

ଘାଣ୍ଟି ପକାଇ ମାରୁଥିବା ସବୁ ଦରଜକୁ

ଦେହର କୋଉ ଗୋଟେ ନିର୍ଜନ କୋଠରୀରେ ଭର୍ତ୍ତିକରି

ଓଠରେ ମୁରୁକି ହସିବାଟା

ହେଲାଣି ସତେ ନିହାତି ଜରୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract