STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଜୀବନ ଜୀବିକା

ଜୀବନ ଜୀବିକା

1 min
172


ଜୀବନ ନିର୍ବାହେ ଆବଶ୍ୟକ ହୁଏ


ଜୀବିକାର ପ୍ରୟୋଜନ


ଜୀବିକା କରି ହିଁ ଗୃହ ପାଳୁଛନ୍ତି


ମନୁଷ୍ୟ କର୍ମ ହିଁ ମାନ।୧।


କେହୁ କରୁ ଅଛି ବେପାର ଜୀବନେ


କେହୁ ହୁଏ କର୍ମଚାରୀ,


ସରକାରୀ କାର୍ଯ୍ୟ କରୁ ଥାଏ କେହୁ


ନିଜି କ୍ଷେତ୍ରେ କର୍ମଚାରୀ।୨।


ମନୁଷ୍ୟ ଜୀବନେ ଜୀବିକା ନ କଲେ


ବୃଥା ହିଁ ହୁଏ ଜୀବନ,


ଦୂର୍ଲଭ ଜୀବନ କର୍ମରେ ଜଡ଼ିତ


ଜୀବିକା ହୁଏ ଜୀବନ।୩।


ଦେଶର ବିକାଶେ ଜଡ଼ିତ ରୁହନ୍ତି


ଟାଟା, ଆଡାନି ଅମ୍ବାନି,


ଜୀବିକା ତାଙ୍କର ଜଗତ ବିଖ୍ୟାତ


ସେବୁ ଛନ୍ତି ନିତିଦିନି।୪।


କୋଟି କୋଟି ଜନ ରଖିଣ କାର୍ଯ୍ୟରେ


ସେବା କର୍ମେ ପଥଗାମୀ,


ଜୀବିକା କରିଣ ଦେଶ ସେବୁ ଛନ୍ତି


ନିସ୍ବାର୍ଥର ପଥଗାମୀ।୫।


ଜୀବିକା ନିହିତ କର୍ମପଥ ତାର


ଜୀବିକାରେ ଅଗ୍ରସର,


ବିନା ଜୀବିକାରେ ଜୀବନ ଟି ବୃଥା


ଜୀବନ ହିଁ ଅନ୍ଧକାର।୬।


କର୍ମ ହିଁ ଜୀବିକା ମନୁଷ୍ୟ ଜୀବନେ


ବିଭିନ୍ନ ରୂପ ତାହାର,


ଜୀବିକାରେ ଜନେ କର୍ମୀ ରଖୁଛନ୍ତି


ବଡ଼ ଜୀବିକା ତାଙ୍କର।୭।


ସ୍ବତନ୍ତ୍ର ଜୀବିକା କେହୁ କରୁଛନ୍ତି


କେହୁ ରିକ୍ସା ଚାଳକ,


ମନରେଗା କାର୍ଯ୍ୟେ ଜଡ଼ିତ ଅଛନ୍ତି


ସେତ ଗୃହ ପାଳକ।୮।


ସତ୍ୟ ପଥେ ରହି ଜୀବିକା କରିବା


ମନୁଷ୍ୟ କର୍ତ୍ତବ୍ୟ ତାର,


କର୍ମପଥେ ରହି କର୍ମୀକ ହୋଇବା


ନିସ୍ବାର୍ଥ କର୍ତ୍ତବ୍ୟ ମୋର।୯।


ରାଷ୍ଟ୍ର ସେବା ଅଟେ ଅମୂଲ୍ୟ ଜୀବିକା


ଜନସେବା ସମାଗମ,


ପ୍ରଭୁ ଭକ୍ତି ଅଟେ ପ୍ରେମ ସତ୍ଯ ପଥ


ଜୀବିକାରେ ସମାଗମ।୧୦।


ନିସ୍ବାର୍ଥ ସେବାରେ ଜୀବନର ପଥ


ଅଗ୍ରସର ହିଁ ଜୀବନ,


ଜୀବିକା ହିଁ ତହିଁ ମହା ମନ୍ତ୍ର ଅଟେ


ଅଟେ ପବିତ୍ର ଜୀବନ।୧୧।


ଜୀବନ ନିର୍ବାହେ ଆବଶ୍ୟକ ହୁଏ


ଜୀବିକାର ପ୍ରୟୋଜନ


ଜୀବିକା କରି ହିଁ ଗୃହ ପାଳୁ ଛନ୍ତି


ମନୁଷ୍ୟ କର୍ମ ହିଁ ମାନ।୦।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action