STORYMIRROR

PRABHAS KUMAR MOHAPATRA

Inspirational

4.0  

PRABHAS KUMAR MOHAPATRA

Inspirational

ଜୀବନ ଗତିଶୀଳ

ଜୀବନ ଗତିଶୀଳ

1 min
145



ଜୀବନ ସଦା ସର୍ବଦା ଗତିଶୀଳ l

 କେବେ ସେ ଏଠି ପୁଣି କେଉଁଠି l

କେବେସେ ନିଘଞ୍ଚ ଅରଣ୍ୟ ଭିତରେ

କୁହୁଡିର ଘନ ଅନ୍ଧାରରେ ll

ଜୀବନ ଗତିଶୀଳ......


କେବେ ସେ ପାହାଡ ଭିତରେ

ପୁଣି ଝରଣା କୂଳରେ l

କେବେ ସେ ସବୁଜ କ୍ଷେତ ଭିତରେ

ପୁଣି ନଈ ପାଖରେ ll

ଜୀବନ ଗତିଶୀଳ....


କେବେ ପହିଲି ସକାଳରେ l

ପୁଣି ଶୀତୁଆ ସାନ୍ଧ୍ୟ ରେ ll

କେବେ ସେ ଝାଂଜି ଖରାରେ

ପୁଣି ନିସ୍ତଦ୍ଧ ରାତିରେ ll

ଜୀବନ ଗତିଶୀଳ......


କେବେ ସେ ସୁନ୍ଦର ପ୍ରକୃତି କୋଳରେ

ପୁଣି କେବେ ସହର ଭିତରେ

କେବେ ସେ ଭିଡ଼ ଭିତରେ

ପୁଣି ଶୂନଶାନ ଜାଗାରେ..

ଜୀବନ ଗତିଶୀଳ....


କେବେ ସେ ଲକ୍ଷ୍ୟ ପଥରେ

ପୁଣି ଲକ୍ଷ୍ୟ ସ୍ଥଳରେ...

କେବେ ଅପ୍ରାପ୍ତିରେ

ପୁଣି ପ୍ରାପ୍ତିରେ...

ଜୀବନ ଗତିଶୀଳ....


କେବେ ସେ ବର୍ତ୍ତମାନ ରେ

ପୁଣି ଭବିଷ୍ୟତ ରେ

କେବେ ସେ ଆରମ୍ଭ ରେ

କେବେ ପୁଣି ଶେଷ ରେ......

ଜୀବନ ଗତିଶୀଳ....


କେବେ ସେ ଜନ୍ମରେ..

ପୁଣିସେ ମୃତ୍ୟୁରେ...

ଜୀବନ ଗତିଶୀଳ...


Rate this content
Log in

Similar oriya poem from Inspirational