STORYMIRROR

Writer Roja Panda

Tragedy

3  

Writer Roja Panda

Tragedy

ଜୀବନ ଗୀତି

ଜୀବନ ଗୀତି

1 min
176


କବି - ରୋଜା ପଣ୍ଡା


ମୁଁ ତୁମକୁ ଦେଇନାହିଁ କିଛି

କୌଣସି ନେବାର ଆଶାରେ 

ତୁମେ କିନ୍ତୁ ପ୍ରତିବିମ୍ବିତ ହେଇନ

ମୋ ଜୀବନର ମରୁରେ

ଜୀବନଟା ମୋର ଲୁହର ସାଗର

ହୃଦୟ ଅଟେ ମୋ ଦୁଃଖର ଜୁଆର

ବେଦନା ଲେଖିବି କାହିଁ

ଧୈର୍ଯ୍ୟ ଆଉ ମୋର ନାହିଁ

ମୋ ଲୁହରେ ନୀତି ଝରଣା ଝରଇ

ମୋ କାନ୍ଦ ରେ ନୀତି ପାହାଡ଼ ଖସଇ

ଲେଖୁଛି ଜୀବନ ଗୀତି

ଅନ୍ଧକାର ମୋର ସାଥି

ଦୁଃଖ ଛଡା ସୁଖ ଜାଣେନାହିଁ ମୁହିଁ

ଘୃଣା ଛଡା ସ୍ନେହ କେବେ ପାଇନାହିଁ 

କାହିଁକି ଲେଖିବି,କା ପାଇଁ ଲେଖିବି ଦୁଃଖ

ଯେଉଁ ଦୁଃଖ ସବୁ ପାଲଟି ଯାଇଛି

ମୋ ଜୀବନର ଗପ ...


Rate this content
Log in

Similar oriya poem from Tragedy