Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଜୀବନ : ଏକ ସାଧନା

ଜୀବନ : ଏକ ସାଧନା

1 min
355


ଜୀବନ,

କେବେ ଭୋଗଠାରୁ ଯୋଗ ପର୍ଯ୍ୟନ୍ତ

ଏକ ପୂର୍ଣ୍ଣ ବିବର୍ତ୍ତନ,

ଓ ରୋଗଠାରୁ ବୈରାଗ୍ୟ ପର୍ଯ୍ୟନ୍ତ

ଏକ ପ୍ରଶସ୍ତ ସୋପାନ। 


ଜୀବନ,

କେବେ ପ୍ରବୃତ୍ତିରେ ଜାଳି ଦେଇଥାଏ

ବଞ୍ଚିବାର ଅର୍ଥ ଟିକକ,

ପୁଣି ନିବୃତ୍ତିରେ ଭିଜାଇ ଦେଇ ଯାଏ

ବଳକା ଭବିଷ୍ୟତ ଯାକ। 


ଜୀବନ,

କେବେ ପ୍ରାରବ୍ଧରୁ ଶ୍ରାଦ୍ଧ ପର୍ଯ୍ୟନ୍ତ

ଏକ ନିଛକ ବାସ୍ତବତା

ଓ ପୁଣି ପାପଠାରୁ ମୋକ୍ଷ ପର୍ଯ୍ୟନ୍ତ

ଏକ ସମ୍ଭବ ସାର୍ଥକତା। 


ଜୀବନ,

କେବେ କର୍ମଠାରୁ ଧର୍ମ ପର୍ଯ୍ୟନ୍ତ

ଏକ ଅବିରତ ସାଧନା,

ଓ ମାଟିଠାରୁ ମାଟି ପର୍ଯ୍ୟନ୍ତ

ଏକ ଲେଉଟା ଗଣନା। 


Rate this content
Log in

Similar oriya poem from Abstract