ଜୀବନ ଏ ନଦୀ ତୀରେ
ଜୀବନ ଏ ନଦୀ ତୀରେ
ଜୀବନ ଏ ନଦୀ ତୀରେ
କେତେ ସ୍ମୃତି ଉଙ୍କି ମାରେ
ପିଲାଦିନ ଧୂଳି ଖେଳ ପୁଣି,
ସାଙ୍ଗ ସାଥି ଭୋଜି ମେଳ
ମେଳା ଯାତ ପୁଣି ପୁନିଅଁପରବ ।
ଜୀବନ ଏ ନଦୀ ତୀରେ
କେତେ ସୁଖ କେତେ ଦୁଃଖ,
କେତେ ସ୍ମୃତି ଅନୁଭୂତି
ଉଜ୍ଜୀବିତ ହୁଏ ସବୁ ମାନସ ପଟରେ
କେତେ ଭଲ କେତେ ମନ୍ଦ,
କେତେ ସାଥି,ପ୍ରୀତି ପୁଣି
ଖେଳଇ ହୃଦୟରେ ।
ଜୀବନ ଏ ନଦୀ ତୀରେ
କେତେ ସ୍ବପ୍ନ ଗୋଧୂଳି ରେ
କେତେ ସ୍ବପ୍ନ ପୁଣି ଭାସି ବୁଲେ
ଏ ମନ ଆକାଶ ଛାତି ପରେ
ଠିକଣା ତ ନାହିଁ ତାର
ବଖାଣି ହୁଏନା ସବୁ ବାକି ଯେତେ କଥା
ମନେପଡେ ଲାଗେ ବ୍ୟଥା ।
ଜୀବନ ଏ ନଦୀ ତୀରେ
ପିତା ମାତା ପରିବାରେ
ଭାଇ ଭଉଣୀ ମେଳରେ
କେତେ ଶାନ୍ତି କେତେ ସୁଖ
ସବୁ ମିଳେଇଲା ପୁଣି ପାଣି ଫୋଟକା ପରିରେ ।
ଜୀବନ ଏ ନଦୀ ତୀର
ପ୍ରେମ ଆସେ ଧୀରେ ଧୀରେ
ସବୁ ପ୍ରେମ ଯେ ଶାଶ୍ୱତ ଚିର
ରହିଯାଏ ମନ ଆଇନାରେ
ସିନ୍ଦୂର ଫରୁଆ ପରି ମନ ଫରୁଆରେ
ଜୀବନ ଏ ନଦୀ ତୀରେ
ଶେଷ ପ୍ରତୀକ୍ଷା ପ୍ରଭୁ କୃପା
ଟିକେ ପାଇବାକୁ ତା ଚେନାଏ ହସ
କି ଚେନାଏ ଆଶୀର୍ବାଦ କଣିକାରୁ
ଏ ଜୀବନ ଚାଲିଯିବ
ପରମାତ୍ମା ଆତ୍ମା ମିଳନ ସ୍ଥଳକୁ
ଏ ଜୀବନ ନଦୀ ତୀରେ
ଆଉ କିଛି ନାହିଁ ଆଶା
ସାହା ଏକା କାଳିଆରେ ।