Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

samhita jena

Inspirational

4  

samhita jena

Inspirational

ଜୀବନ ଦର୍ଶନ

ଜୀବନ ଦର୍ଶନ

1 min
485



ଦାନ ସିନା ଅଟେ ମହାପୁଣ୍ୟ ବନ୍ଧୁ

    ଅପାତ୍ରରେ ଦାନ ପାପ

ଏ କଥା ମନକୁ ମୁଁ କହୁ ନାହିଁ

     ଶିଖାଇଛନ୍ତି ମୋ ବାପ

ମିଛ କହିବାଟା ମହା ପାପ ବନ୍ଧୁ

     ବେଳେ ବେଳେ ପୁଣ୍ୟ ହୁଏ

ଏ କଥାଟି ବନ୍ଧୁ ମାନଗଢା ନୁହେଁ

      ମହାଭାରତ ଟି କୁହେ

ନର ବା ଗୁଞ୍ଜରେ ଅଶ୍ୱତଥାମା ହତ

      କହିଥିଲେ ଧର୍ମରାଜ

ଏ କଥା ଶୁଣିକି ଅବଶ ହୋଇଲେ

      ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ

ଦୀପ ଶିଖା ସିନା ଅନ୍ଧାର ଦୁରାଏ

      ନିଜେ ଅନ୍ଧାରରେ ରୁହେ

ଆଲୋକ ପାଇ ତ ଖୁଶି ହେଉ ଆମେ

      ଦୀପ ତା କାହାଣୀ କୁହେ

ଜୀବନ ଏମିତି ସଂଗୀତଟେ ବନ୍ଧୁ

       ଯିଏ ସୁର ତାଳ ଦେଇ ଗାଏ

ଦୁନିଆ ଦାଣ୍ଡରେ ସେଇ ଲୋକଟି ତ

       ଲୋକହସା ହୋଇଥାଏ

ଏହା ଅଟେ ବନ୍ଧୁ ଜୀବନ ଦର୍ଶନ

       ଅନୁଭୂତି ମୋର କହେ

ଭୁଲ ଥିଲେ ବନ୍ଧୁ କ୍ଷମା କରିଦେବ

        ଯଦି ମିଛ ହୋଇଥାଏ । 


Rate this content
Log in

Similar oriya poem from Inspirational