STORYMIRROR

Biswanath Nayak

Classics

4  

Biswanath Nayak

Classics

ଜୀବନ ଦର୍ଶନ

ଜୀବନ ଦର୍ଶନ

1 min
23K


ଅନ୍ତରରୁ ଯାର ଝରିନି ଲୋତକ

      ବୁଝେନା ସେ କେବେ ଲୁହର ମୂଲ୍ୟ,

ଅନ୍ୟ ଆଖିଲୁହ ପୋଛି ସେ ପାରେନା

      ଲୁହ ନୁହେଁ ଯାହା ଲହୁର ତୁଲ୍ୟ। 


ଅନ୍ୟର ହସରେ ହସେନି ଯା ଓଠ

       ହସ ପରିଭାଷା ଜାଣେନି ସିଏ,

ଅନ୍ୟକୁ କିିପରି ବାଣ୍ଟିବ ସେ ହସ

       ନିଜେ ସେତ ହସ କାଙ୍ଗାଳଟିଏ। 


କ୍ଷୁଧାର ଯନ୍ତ୍ରଣା ସହିନି ଯେ ଦିନେ

        ସେ କାହୁଁ ବୁଝିବ ବୁଭୂକ୍ଷୁ ମନ,

ଭୋକିଲା ଓଠରେ ହସ ନ ଫୁଟାଇ

         ବିଳାସ ବ୍ୟସନେ କାଟେ ସେ ଦିନ। 


ନିସ୍ଵାର୍ଥ ଭାବରେ ତ୍ୟାଗ ଯେ ଶିଖିନି

         କିପରି ବୁଝିବ ପ୍ରେମର ଭାଷା,

ଭୋଗର ମନ୍ଦିରେ ପ୍ରେମ ସେ ସାଉଁଟେ

          ପ୍ରେମଟା ତା ପାଇଁ ଏକ ବେଉସା। 


ଭକ୍ତି ରସାମୃତ କରିନି ଯେ ପାନ

           ବୁଝିବ କେମିତି ଭକତି ତତ୍ତ୍ୱ,

ମୃଗତୃଷ୍ଣା ପଛେ ଧାମଇ ସେ ସଦା

          ‌  ପାର୍ଥିବ ସୁଖରେ ହୋଇ ଉନ୍ମତ୍ତ। 


ନିଜକୁ ନିଜେ ଯେ ନ ପାରିଛି ଚିହ୍ନି

           ସେ କାହୁଁ ଚିହ୍ନିବ ସାରା ଦୁନିଆଁ,

ଏକ ଆତ୍ମା ସର୍ବ ହୃଦୟେ ବିରାଜେ

           ନିଜ ପର ଭାବ ମନରେ କିଆଁ ?


ନିଜକୁ ଚିହ୍ନିଲେ ଜାଣି ତ ପାରିବ

           ଜଗତେ ସରବେ ଆପଣା ସମ,

ଜନହିତ ପାଇଁ କାନ୍ଦିବ ପରାଣ

           ଜାଗିବ ହୃଦୟେ ଜଗତ ପ୍ରେମ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics