STORYMIRROR

Mahesweta Panigrahi

Classics Others

3  

Mahesweta Panigrahi

Classics Others

ଜୀବନ ଦୋଳି

ଜୀବନ ଦୋଳି

1 min
163

ମନ ପବନରେ ଦୋହଲେ ମିତ ଲୋ

ଜୀବନ ଦୋଳି ଟି ମୋର,

ଶବ୍ଦ ତରଙ୍ଗ ରେ ଖେଳେ ଲୁଚକାଳି

ଲେଖନୀ ଚାଲଇ ଧିର।


ସୁର ନାହିଁ ଜମା ବେସୂର ରାଗିଣୀ

ଝାଡେ ଡେଣା ଫର ଫର,

କହିବାକୁ କାହିଁ ମନ ହୁଏ ନାହିଁ

ପାଏ ନାହିଁ ଟିକେ ତର।


ଅଧା ଅଧୁରା ସେ ଭାସେ ତରଙ୍ଗିଣୀ

ସମ୍ଭାଳି ପାରେନି ଭାର,

ମଝି ଦରିଆ ରେ ସାହା କିଏ ହେବ

ମନସ୍ତେ କରେ ବିଚାର।


ଭାଜି ଯାଏ ଦମ୍ଭ କରେ ଅଭିମାନ

ଜାଣେନା ଆପଣା ପର,

ବିଶ୍ୱାସ ବଳରେ ନିଃଶ୍ୱାସ ଚାଲୁଛି

ପଡ଼ିଯିବ କେବେ ଧିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics